
ଭଦ୍ରକ – ଶିଶୁ ଓ ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତିକୁ ଲକ୍ଷ୍ୟରେ ରଖô ୧୯୭୫ ମସିହାରେ ଭାରତ ସରକାର ସମନ୍ବିତ ଶିଶୁ ବିକାଶ ବିଭାଗର ଶୁଭାରମ୍ଭ କରିଥିଲେ। ଏହି ବିଭାଗ ଅଧୀନରେ ବିଭିନ୍ନ େଯାଜନାମାନ ଆରମ୍ଭ କରାଯାଇଥିଲା। କିନ୍ତୁ ଓଡ଼ିଶାରେ ଏହା ଗତ ୧୯୯୪-୯୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା। ଅନୁରୂପ ଭାବେ ଭଦ୍ରକ ଜିଲା ବନ୍ତ ବ୍ଲକ୍ରେ ଏହା ୧୯୯୭-୯୮ ମସିହାରୁ କାର୍ଯ୍ୟକାରୀ ହୋଇଆସୁଛି। ତେବେ ବର୍ମାନର ବିଜେଡି ସରକାର ଗତବର୍ଷ ଡିସେମ୍ବର ମାସରେ ଏହି ବିଭାଗଟିକୁ ୫-ଟି ଓ ମୋ ସରକାରରେ ଅନ୍ତର୍ଭୁକ୍ତ କରିଛନ୍ତି। ମାତ୍ର ଏବେ ଏହି ବିଭାଗଟିର ଅବ୍ୟବସ୍ଥାକୁ ଦେଖôଲେ ସରକାରଙ୍କ େଯାଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗଟିର ନିଜସ୍ବ ଗୃହ ଏବେ ନିର୍ମାଣଧୀନ ଥାଇ ଏହାର ଅଦ୍ର୍ଧାଧିକ କାର୍ଯ୍ୟ ପୁରାତନ ଭଂଗା ଦଦରା ଘରେ ବିପଦ ସଂକୁଳ ପରିସ୍ଥିତିରେ ଚାଲୁଥିବାବେଳେ ବ୍ଲକ୍ ପକ୍ଷରୁ ରାଜୀବ ସେବା କେନ୍ଦ୍ରରେ ମିଶନ ଶକ୍ତିକୁ ଅସ୍ଥାୟୀ ରୂପେ ମିଳିଥିବା ଏକ କୋଠରୀରେ ବିଭାଗୀୟ ଅଧିକାରୀଙ୍କ ସହ କର୍ମଚାରୀମାନେ ନିଜର କାର୍ଯ୍ୟ ସଂପାଦନ କରୁଛନ୍ତି। ୨୫ଟି ପଂଚାୟତରେ ପାଖାପାଖô ୨୩୮ ଟି ଅଙ୍ଗନଓ୍ବାଡି କେନ୍ଦ୍ର ଏହି ବିଭାଗ ଅଧୀନରେ ଥିବାବେଳେ ଏହାକୁ ତଦାରଖ କରିବା ପାଇଁ ବିଭାଗର ନିଜସ୍ବ ଗାଡି ଗତ ପ୍ରାୟ ୬ ମାସ ହେବ ଅଚଳ ହୋଇପଡିଥିବାରୁ ଏଥିରେ ଘୋର ବ୍ୟାହତ ସୃଷ୍ଟି ହେଉଛି। ଅଧିକାରୀ ଜଣକ କେନ୍ଦ୍ର ଗୁଡିକର ତଦାରଖ ପାଇଁ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ର ମାଧ୍ଯମରେ ୬ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ଶିଶୁଙ୍କୁ ଟୀକାକରଣ, ସ୍ବାସ୍ଥ୍ୟ, ପୃଷ୍ଟିହୀନତା ଦୂରୀକରଣ, ଶିକ୍ଷା, ପ୍ରାପ୍ତ ବୟସ୍କାଙ୍କୁ ଶାରୀରିକ ଶିକ୍ଷା ପ୍ରଦାନ ଭଳି ବହୁ ବ୍ୟବସ୍ଥା ରହିଥିଲେ ମଧ୍ଯ ଅନେକ କେନ୍ଦ୍ର ଅବ୍ୟବସ୍ଥା ମଧ୍ଯରେ ଗତି କରୁଥିବାରୁ ଏ ସମସ୍ତ କାର୍ଯ୍ୟର ସଠିକ୍ ତଦାରଖ ଠିକ୍ ସମୟରେ କରାଯାଇପାରୁନାହó। କର୍ମଚାରୀଙ୍କ ଅଭାବ େଯପରିକି ଆବଶ୍ୟକ ମୁତାବକ ସୁପରଭାଇଜର, କିରାଣୀ ଓ ପିଅନ ନଥିବାରୁ ମଧ୍ଯ କାର୍ଯ୍ୟ ସଂପାଦନରେ ମଧ୍ଯ ବାଧା ସୃଷ୍ଟି ହେଉଛି। ଏହି ବିଭାଗ ସହ ମିଶନ ଶକ୍ତି େଯାଡି ହୋଇଯାଇଥିବାରୁ ଏହାର ବିଭିନ୍ନ କାର୍ଯ୍ୟକ୍ରମକୁ ଠିକ୍ ଭାବେ ସଂପାଦନା କରିବା ପାଇଁ ମଧ୍ଯ ଆବଶ୍ୟକ କର୍ମଚାରୀ ନଥିବାରୁ ନାହó ନଥିବା ସମସ୍ୟା ସୃଷ୍ଟି ହେଉଛି। ଏହିଭଳି ଭାବେ ଏହି ବିଭାଗଟି ମନ୍ଥର ଗତିରେ ଗତି କରୁଥିବାବେଳେ ଏହାର ସ୍ଥାୟୀ ସମାଧାନ କରାନଗଲେ ସରକାରଙ୍କ ୫-ଟିର ସଫଳ ରୂପାୟନ କିଭଳି ହୋଇପାରିବ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO