
ଭଦ୍ରକ- ସରକାରଙ୍କ ପକ୍ଷରୁ ଟ୍ରାଫିକ୍ ନିୟମ କଡାକଡି ହେବା ପରେ ନାବାଳକ ଛାତ୍ରଛାତ୍ରୀମାନଙ୍କ ଗାଡି ଚାଳନା ଉପରେ ଲାଗିଛି ରୋକ୍। ଏହି ସମସ୍ୟାର ସମାଧାନ ପାଇଁ ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ କମାରଗାଁ ନିବାସୀ ୫ମ ଶ୍ରେଣୀର ଛାତ୍ର ଓ ତାଙ୍କ ବଡଭାଇ ମିଶି ଏବେ ଏକ ପେଟ୍ରୋଳ ଚାଳିତ ସାଇକେଲ୍ ନିର୍ମାଣ କରି ଚଚ୍ର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ଦୁଇଭାଇ ହେଲେ ନରହରି ଅଗସ୍ତି ଓ ଗୀତାଞ୍ଜଳି ପଣ୍ଡାଙ୍କ ୫ମ ଶ୍ରେଣୀର ଛାତ୍ର ଶୁଭମ ସୌଭାଗ୍ୟ ଓ ବି.ଟେକ୍ ଇଲେକ୍ଝ୍ରିକାଲ ଇଂଜିନିୟର ତାଙ୍କ ବଡଭାଇ ଜଗବନ୍ଧୁ। ଏମାନଙ୍କ ପିତା ଓ ମାତା ଶିକ୍ଷକତା କରନ୍ତି। ଶୁଭମ ସୌଭାଗ୍ୟ ମଇତାପୁର ସ୍ଥିତ ରୟାଲ ପବ୍ଲିକ୍ ସ୍କୁଲରେ ପାଠ ପଢନ୍ତି। ପିଲାବେଳୁ ବିଭିନ୍ନ ଯନ୍ରଚାଳିତ ଖେଳନା ପ୍ରତି ତାଙ୍କର ଥିଲା ବହୁ ଦୁର୍ବଳତା। କେବଳ ପାଠପଢା ନୁହେଁ ବଳକା ସମୟରେ ସେ ବିଭିନ୍ନ ସ୍ଥାନରୁ ଯନ୍ରଚାଳିତ ଖେଳନା କିଣି ତାକୁ ଭାଙ୍ଗି ସଜାଡିବାରେ ପାଉଥିଲେ ବହୁ ଆନନ୍ଦ। ସରକାରଙ୍କ ପକ୍ଷରୁ ନାବାଳକ ଛାତ୍ରଛାତ୍ରୀମାନେ ଆଉ ଗାଡି ଚଳାଇ ପାରିବେ ନାହó ବୋଲି ଘୋଷଣା ହେବା ପରେ ସେ ସେମାନଙ୍କର ଉକ୍ତ ସମସ୍ୟାର ସମାଧାନ ପାଇଁ ଚିନ୍ତା କଲେ। ଏବଂ ଏ ବିଷୟରେ ଜଣେ ବି.ଟେକ୍ ଇଲେକ୍ଝ୍ରିକାଲ ଇଂଜିନିୟର ଥିବା ତାଙ୍କର ବଡଭାଇ ଜଗବନ୍ଧୁ ଅଗସ୍ତିଙ୍କୁ ଜଣାଇଲେ। ଏଥିପାଇଁ ପ୍ରାୟ ବର୍ଷେ ପୂର୍ବରୁ ସାନଭାଇର ଇଚ୍ଛାକୁ ଫଳବତୀ କରିବା ପାଇଁ ଜଗବନ୍ଧୁ େଯାଜନା ପ୍ରସ୍ତୁତ କରିଥିଲେ। ଏହି ଦୁଇଭାଇ ଏଥିପାଇଁ ଉକ୍ତ ସାଇକେଲ୍ ନିର୍ମାଣ ପୂର୍ବରୁ ଇରନେଟ୍ରେ ବିଭିନ୍ନ ଯନ୍ରାଂଶ କିଣି ସଂଗ୍ରହ କଲେ। ଏବଂ ଉକ୍ତ ସାଇକେଲ୍ଟିକୁ ଦୁଇମାସରେ ମିଶି ସଂପୂର୍ଣ୍ଣ କରିଛନ୍ତି। ଏହି ରେସିଂ ସାଇକେଲ୍ରେ ୮୦ ସିସିର ଏକ ଇଂଜିନ୍, ସାଇଲେନ୍ସର, ୨ ଲିଟର କ୍ଷମତା ଥିବା ତେଲ ଟାଙ୍କି, କ୍ଲଚ୍ ଓ ଏକ୍ସିଲିଟର ଲଗାଯାଇଥିବାବେଳେ ଏହାର ଟପ୍ ସ୍ପିଡି ରହିଛି। ୧ ଲିଟର ପେଟ୍ରୋଲରେ ଘାକୁ ଏହା ୪୫ କିମି ବେଗରେ ୪୦ ରୁ ୪୫ କିମି ଯାଇପାରୁଛି। ଏତଦ୍ବ୍ୟତୀତ ୨୦ ରୁ ୨୫ କିମି ବେଗରେ ଗଲେ ଏହା ସେହି ୧ ଲିଟର ପେଟ୍ରୋଲ ୬୦ କିମି ପର୍ଯ୍ୟନ୍ତ ଯାଉଛି। ଏହି ସାଇକେଲ୍ ପେଡାଲକୁ ମାରି କ୍ଲଚ୍ ଛାଡିଦେଲେ ଇଂଜିନ୍ଟି ଷ୍ଟାଟ୍ ହୋଇଯାଉଛି। ତା ପରେ ଆଉ ପେଡେଲ ମାରିବାର ଆବଶ୍ୟକ ପଡୁନାହó। ତେବେ ପେଟ୍ରୋଲ ସରିଗଲେ ଏହାକୁ ସାଧାରଣ ସାଇକେଲ୍ ଭଳି ପେଡାଲ ଦ୍ବାରା ଚଲାଯାଇପାରୁଛି। ଏହି ପେଟ୍ରୋଲ ଚାଳିତ ସାଇକେଲ୍ଟିରେ ୨ ଷ୍ଟ୍ରୋକ୍ ବିଶିଷ୍ଟ ଇଂଜିନ୍ ଲାଗିଛି। ଏଥିରେ ପେଟ୍ରୋଲ ସହିିତ ଅଏଲ୍ ମିଶାଇବାକୁ ପଡୁଛି। ଏହି ସାଇକେଲ୍ଟିର ନିର୍ମାଣରେ ଖଚ୍ର୍ଚ ହୋଇଛି ମାତ୍ର ୨୦ ହଜାର ଟଙ୍କା। ଏହି ବାଇକ୍ଟିକୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସବୁଶ୍ରେଣୀର ଲୋକେ ଚଳାଇପାରିବେ। ଏଥିପାଇଁ ଡ୍ରାଇଭିଂ ଲାଇସେନ୍ସ, ପଲୁ୍ୟସନ କିମ୍ବା ଇନ୍ସୁ୍ୟରାନ୍ସର ଆବଶ୍ୟକତା ପଡୁନଥିବାବେଳେ କେବଳ ନିଜର ସୁରକ୍ଷା ପାଇଁ ହେଲମେଟ୍ ପିନ୍ଧିବା ଜରୁରୀ। ଏହା ଚଳାଇବା ସମୟରେ କ୍ଲଚ୍ ଓ ଆଗ ବ୍ରେକ୍କୁ ବ୍ୟବହାର କରି ଚାଳକ ନିଜ ଇଚ୍ଛା ଅନୁସାରେ ଏହାକୁ ରୋକିପାରିବ। ଏଥିରେ ଷ୍ଟାଟ୍ ପାଇଁ କିକ୍ କି ସେଲଫ୍ ଷ୍ଟାଟ୍ର ଆବଶ୍ୟକତା ନାହó। ଦୁଇ ପୁଅଙ୍କର ଏଭଳି ଏଭଳି କାର୍ଯ୍ୟରେ ପିତା ନରହରି ଓ ମା ଗୀତାଞ୍ଜଳି ବେଶ୍ ଆନନ୍ଦ ପ୍ରକାଶ କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO