କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ କ୍ରୀଷ୍ଟମାସ ରେ ପୁରୀ ଲାଇଟ ହାଉସ ନିକଟସ୍ଥ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ୟୁରୋ୍ପିୟାନ ଢାଞ୍ଚା ର ବାଲୁକା କଳା ମାନ ପ୍ରସ୍ତୁତ କରାଯାଇଛି | ଭାରତ ର ଏହା ଏକମାତ୍ର ବାଲୁକା କଳା ପାର୍କ ଯେଉଁଥିରେ ସମସ୍ତେ ନିଃଶୁଳ୍କ ବର୍ଷ ବର୍ଷ ଧରି ଅତି ନିଖୁଣ ବାଲୁକା କଳା ମାନ ଦେଖିପାରିବେ | ଏଥିରେ ବିଭିନ୍ନ ଥିମ କୁ ନେଇ ବାଲୁକା କଳା ମାନ କରାଯାଇଛି |
ପ୍ରଥମ ବାଲୁକା କଳା ରେ ସୁଦୂର ସହର ରୁ ଛୋଟ ପିଲା ଦୁଇଟି ଟାଇମ ମେସିନ ଦ୍ୱାରା 2074 ରୁ ପୁରୀ ବୁଲି ଆସିଛନ୍ତି ଶ୍ରୀ ଜଗନ୍ନାଥ ଙ୍କ ଭବ୍ୟ ମନ୍ଦିର ର ପ୍ରକଳ୍ପ କୁ ଦେଖିବାପାଇଁ | 50 ବର୍ଷ ପରେ ପୁରୀ ର ଦୃଶ୍ୟ କେତେ ମନୋହର ହୋଇ ପାରିଛି ତାହା ଦେଖି ଅତ୍ୟନ୍ତ ଖୁସି ହୋଇଛନ୍ତି |
ଦ୍ୱିତୀୟ ବାଲୁକା କଳାରେ ସେ ପରିବେଶ ସୁରକ୍ଷା ଭିର୍ତ୍ତିକ ବାଲୁକା କଳା ନିର୍ମାଣ କରି “SAVE WATER” ର ବାର୍ତ୍ତା ଦେଇ ଏକ ସୁନ୍ଦର ଜଳ ରାଣୀ ଙ୍କ ବାଲୁକା
ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି | ଜଳ ବିନା ବଞ୍ଚିବା ଅତ୍ୟନ୍ତ କଠିନ ଜଳ ହିଁ ଜୀବନ | ଜଳ କୁ ନଷ୍ଟ ନ କରି ଜଳ କୁ ବଞ୍ଚାନ୍ତୁ ଏବଂ ଭବିଷ୍ୟତ କୁ ସୁଦୃଢ କରନ୍ତୁ ର ବାର୍ତ୍ତା ଦେଇଛନ୍ତି |
ଏହି ସ୍ୟାଣ୍ଡ ଆର୍ଟ ପାର୍କ ଟି ଚଳିତ ୨୨ ଡ଼ିସେମ୍ବର, 2023 ରୁ ଶ୍ରୀଯୁକ୍ତ ସରୋଜ କୁମାର ସ୍ୱାଇଁ , ଭାରପ୍ରାପ୍ତ ଅଧିକାରୀ ପୁରୀ ମୁନିସିପାଲିଟି ଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି | ଏହି ଉନ୍ମୋଚନ ଉତ୍ସବ ରେ ବିଶିଷ୍ଟ ସମାଜସେବୀ ଶ୍ରୀମତୀ ଜୟନ୍ତୀ ମହାପାତ୍ର ଏବଂ କେଦାରନାଥ ମହାପାତ୍ର, ସୋମ୍ୟରଞ୍ଜନ ପାତ୍ର ଯୋଗ ଦେଇ ଥିଲେ |