ଭୁବନେଶ୍ୱର– ୨୩ବର୍ଷର ନବୀନ ସରକାର ରାଜଧାନୀବାସୀଙ୍କୁ ଉପହାରରେ “ରୋଗ ଓ ଦୁର୍ଗନ୍ଧ”ଦେବାର ଯଥେଷ୍ଟ ଭୂମିକା ରହିଛି । ଭୁବନେଶ୍ୱରକୁ ଗନ୍ଧମୟ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ । ଏହି ଦୁର୍ଗନ୍ଧରୁ ରାଜଧାନୀବାସୀଙ୍କୁ ବଂଚାଇବା ପାଇଁ ଆଜିକୁ ୨୬ଦିନ ଧରି ଜିଲ୍ଲା ବିଜେପି ପକ୍ଷରୁ ସତ୍ୟାଗ୍ରହ ଜାରି ରହିଛି । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ଗ୍ରାଉଣ୍ଡ ଜିରୋକୁ ଯାଇଥିଲା । ସେଠାରେ ତଦନ୍ତ ପରେ ଜଣାପଡିଥିଲା ଯେ ଲୋକେ ରହିବା ଭଳି ବ୍ୟବସ୍ଥା ନାହିଁ “ଗାଡକୋଣ ଡମ୍ପିଗାର୍ଡ” ଅଚଂଳରେ । ପରବର୍ତୀ ଅବସ୍ଥାରେ ଜିଲ୍ଲା ବିଜେପି ଧାରଣା ଦେଇଥିଲା । କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନକରିବା ବଡ ଦୁର୍ଭାଗ୍ୟର ବିଷୟ । ଏହି ଦୁର୍ଗନ୍ଧମୟ ପରିବେଶ ପାଇଁ ମ୍ୟୁନିସପାଲିଟି ଘେରାଉ କରାଯାଇଥିଲା । ଘେରାଉ ପରେ ବି ମ୍ୟୁନିସପାଲିଟି ଓ କମିଶନଙ୍କ ନିଦ ଭାଙ୍ଗିଲା ନାହିଁ ବୋଲି ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି ।
ସତ୍ୟାଗ୍ରହ ସ୍ଥଳରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଯେ, ଜନଗହଳିପୂର୍ଣ୍ଣ ଜନବସତି ମଧ୍ୟ ଭାଗରେ ଏ ପ୍ରକାର ଅଳିଆ ଆବର୍ଜନାର ପାହାଡ ସାରା ପୃଥିବୀରେ କେଉଁଠି ନାହିଁ । ଶାସକ ଦଳ ଓ ମେୟର ଲୋକଙ୍କ ଟିକସ ଟଙ୍କାକୁ ମଉଜ ମସ୍ତିରେ ନଉଡାଇ ବରଂ ଏ ଅଳିଆ ଗଦାର ସମସ୍ୟାକୁ ସମାଧାନ କରିବା ପାଇଁ ଖର୍ଚ୍ଚ କରନ୍ତୁ । ଯେଉଁଥିରେ ସହରବାସୀ ପ୍ରଦୂଷଣ ମୁକ୍ତ ପାଣି ପବନ ପାଇପାରିବେ । ଦୀର୍ଘଦିନ କ୍ଷମତାରେ ରହି ଅହଂକାରରେ ଅନ୍ଧ ହେଇଛନ୍ତି । ଯେଉଁଥିପାଇଁ ସେମାନଙ୍କ ପାଇଁ ଲୋକଙ୍କ ଜୀବନ ଅପେକ୍ଷା ଦଳିୟ ନେତାଙ୍କ ସ୍ୱାର୍ଥ ସବାର୍ଗ୍ରେ । ଲୋକଙ୍କ ସ୍ୱାସ୍ଥ୍ୟ ପ୍ରସଙ୍ଗ ଅତ୍ୟନ୍ତ ଉଦ୍ବେଗଜନକ । ଏହାକୁ ଯଥାଶୀଘ୍ର ସମାମାଧ କରିବା ଅତ୍ୟନ୍ତ ଆବଶ୍ୟକ । ସାଧାରଣ ଲୋକଙ୍କ ଜୀବନ ବିପଦଜନକ ପରିସ୍ଥିତିରେ ଥିଲାବେଳେ ଦାୟିତ୍ୱରେ ଥିବା ବିଜୁ ଜନତା ଦଳର ବିଧାୟକ ଓ ମେୟରଙ୍କ ନିରବତା ସାଧାରଣ ଲୋକମାନଙ୍କ ଭିତରେ ଭୟ ଓ ନିରୁତ୍ସାହ ସୃଷ୍ଟି କରୁଛି ବୋଲି ଶ୍ରୀ ସିଂ କହିିଛନ୍ତି ।
ଆଜିର ସତ୍ୟାଗ୍ରହ ସ୍ଥଳରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ ।