ନୂଆଦିଲ୍ଲୀ– ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କଂଗ୍ରେସ ନେତା ରେଭନ୍ଥ ରେଡ୍ଡୀଙ୍କ ଏକ ଟିପ୍ପଣୀକୁ ନେଇ ଗୋଟିଏ ପଟେ ଜେଡିୟୁ ନାରାଜ ହୋଇଥିବା ବେଳେ ଅନ୍ୟପଟେ ଭାରତୀୟ ଜନତା ପାର୍ଟି ଏନେଇ ତୀବ୍ର ପ୍ରତିକ୍ରିୟ ପ୍ରକାଶ କରିବା ସହ ଏହା ରାଜ୍ୟର ଅପମାନ ବୋଲି କହିଛି । ରେଭନ୍ଥ ରେଡ୍ଡୀ ଏକ ଟିପ୍ପଣୀରେ କହିଥିଲେ ଯେ, ତେଲେଙ୍ଗାନାର ଡିଏନଏ ବିହାରର ଡିଏନଏ ଠାରୁ ଭଲ ।
ଗୁରୁବାର କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ରେଭନ୍ଥଙ୍କ ଏହି ବୟାନର କଡ଼ା ନିନ୍ଦା କରାଯିବା ଆବଶ୍ୟକ । ଏହା ଏକ ବିଭାଜନକାରୀ ବୟାନ ଅଟେ । ଏହା ବିହାର ରାଜ୍ୟ ପାଇଁ ଅପମାନ । ବିରୋଧି ଆଇଏନଡିଆଇଏ ମେଂଟର ସଦସ୍ୟ ଏହି ପ୍ରସଙ୍ଗରେ ନିରବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ନୀତିଶ କୁମାର କାହିଁକି ଏନେଇ କିଛି କହୁନାହାଁନ୍ତି । ବିହାର କଂଗ୍ରେସର ନେତା କଣ କରୁଛନ୍ତି । ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ଏନେଇ ଚୁପ୍ କାହିଁକି । ଏହି ଟିପ୍ପଣୀ ଉପରେ କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।