
-
ବାୟୁସେନାର ସାରଙ୍ଗ ହେଲିକପ୍ଟର ଡିସପ୍ଲେ ଟିମ୍ ପ୍ରଦର୍ଶନ କରିବେ ଏୟାରବେଟିକ୍ସ କୌଶଳ
-
ଦୁବାଇ ଏୟାର ଶୋରେ ଲୋକଙ୍କ ମନ୍ତ୍ରମୁଗ୍ଧ କରିବା ନିମନ୍ତେ ଭାରତ ପାଇଁ ଏହା ଦ୍ୱିତୀୟ ସୁଯୋଗ
ନୂଆଦିଲ୍ଲୀ, ନଭେମ୍ବର 13-17 ଯାଏ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଛି ଏୟାର ଶୋ । ଏହି ଏୟାର ଶୋରେ ଭାରତୀୟ ବାୟୁସେନା ଆକାଶରେ ନିଜର ଶକ୍ତି ପ୍ରଦର୍ଶନ କରିବ । ଏଥିପାଇଁ ଭାରତୀୟ ଟିମ୍ ଅଲ୍ ମକତୁମ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିସାରିଛି । ନଭେମ୍ବର 13ରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ସର୍ବ ପ୍ରଥମେ ଭାରତୀୟ ଟିମ୍ ପ୍ରଦର୍ଶନ କରିବ ଏବଂ ଏହାପରେ ଦୁନିଆର ଅନ୍ୟ ପ୍ରମୁଖ ଏୟାରଫୋର୍ସ ଟିମ୍ ନିଜର ପ୍ରଦର୍ଶନୀ କରିବେ । ଏହି ଏୟାର ଶୋରେ ଭାରତର ସ୍ୱଦେଶୀ ଲାଇ କାମ୍ବୈଟ ଏୟାରକ୍ରାଫ୍ଟ ତେଜସ ଓ ହେଲିକପ୍ଟର ଧ୍ରୁବ ନିଜର ଜଲବା ଦେଖାଇବେ ।