
ନୂଆଦିଲ୍ଲୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ରଙ୍ଗା ହରି ଆଉ ନାହାନ୍ତି । କେରଳର କୋଚି ଠାରେ ସେ ଏକ ଘରୋଇ ହସପିଟାଲରେ ଶେଷ ନିଶ୍ୱାସ ନେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 93 ବର୍ଷ ହୋଇଥିଲା । ସେ ଜଣେ ବୈଚାରିକ ଯୋଦ୍ଧା ଥିଲେ । 1991ରୁ 2005 ଯାଏ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ବୌଦ୍ଧିକ ପ୍ରମୁଖ ଭାବେ ଦାୟିତ୍ୱରେ ଥିଲେ।
ସେ ମାଲାୟାଲମ, ସସ୍କୃତ, ହିନ୍ଦୀ ଇଂରାଜୀ. ମରାଠୀ, କୋଙ୍କଣୀ ଭଳି ଅନେକ ଭାଷା ଜାଣିଥିଲେ। ସେ ବିଭିନ୍ନ ବିଷୟରେ 60ରୁ ଉର୍ଧ ପୁସ୍ତକ ରଚନ କରିଛନ୍ତି । 1944 ମସିହାରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂସ୍ପର୍ଶରେ ଆସିଥିଲେ ଓ ତା ପରେ ଜୀବନ ବ୍ୟାପୀ ପ୍ରଚାରକ ଭାବେ କାମ କରିଥିଲେ।
ତାଙ୍କ ବିୟୋଗରେ ଦେଶର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଶୋକ ପ୍ରକାଶ କରିଛନ୍ତି ।