ଜୟପୁର- ନବରଙ୍ଗପୁର ଜିଲା କୋଷାଗୁମୁଡା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜଡ଼ିତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ କୋରାପୁଟ ଜିଲା ସିପିଆଇ ତରଫରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜୟପୁର ସ୍ଥ୍ିତ ଶହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତି ନିକଟରେ ଏହି ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଘଟଣାର ୧୦ ଦିନ ପରେ ମଧ୍ୟ ପୋଲିସ ନିରବ ରହିଥିବାରୁ ଦଳ ତରଫରୁ ଉଦବେଗ ପ୍ରକାଶ କରାଯାଇଛି । ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି ଦଣ୍ଡ ବିଧାନ କରିବାକୁ ଦାବୀ କରାଯାଇଛି । ନଚେତ୍ ଆଗାମି ଦିନରେ ଦଳ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।
ଦଳର ଜିଲା ସମ୍ପାଦକ ଯୁଧିଷ୍ଠିର ରାଉଳଙ୍କ ନେତ୍ୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନରେ ପ୍ରମୋଦ ମହାନ୍ତି, ରାମକୃଷ୍ଣ ଦାସ, କେଶବ ନାଗ, ସୁଦର୍ଶନ ବିଷୋଇ, ନନ୍ଦ ହରିଜନ, ସୁନ୍ଦର ନାଗ ପ୍ରମୁଖ ଉପସ୍ଥିତ ଥିଲେ ।