
ସାନଖେମୁଣ୍ଡି: ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ଵାରା ପରିଚଳିତ ସମ୍ମନିତ ଶିଶୁ ବିଭାଗ ସେବା ପ୍ରକଳ୍ପ ଅଧୀନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମାଜ ଗଠନ ଯୋଜନା ଅନ୍ତର୍ଗତରେ ବିପୁଳ ବଜେଟ ବ୍ୟବସ୍ତା କରୁଅଛି। ବଜେଟ ବ୍ୟବସ୍ତା ଅନୁଯାୟୀ ବ୍ଲକ ସ୍ତରୀୟ ପ୍ରକଳ୍ପ ମାଧ୍ୟମରେ ମହିଳା ଓ ଶିଶୁ ବର୍ଗର ବିକାଶ ସହିତ ମିଶନ ଶକ୍ତି ଅଧୀନରେ ମହିଳା ସଶକ୍ତିକରଣର ସୁହାର ସ୍ୱପ୍ନକୁ ତ୍ୱରାନ୍ୱିତ କରୁଛନ୍ତି। ସଂପ୍ରତି ସରକାରଙ୍କ ଭୋଟ ବ୍ୟାଙ୍କ ଥିବା ଏହି ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟି ଥିବା ଅଭିଯୋଗ ଉଠୁଥିବା ବେଳେ ସାନଖେମୁଣ୍ଡିରେ କାର୍ଯ୍ୟରତ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଅଛି। ସମ୍ପ୍ରତି ନିଜର ପରିଚାଳନା ଗତ କାର୍ଯ୍ୟ ଦକ୍ଷତାକୁ ନେଇ ଚର୍ଚ୍ଚାରେ ଥିବା ଏହି ପ୍ରକଳ୍ପ କାର୍ଯ୍ୟଳୟ ଅନ୍ତର୍ଗତ ଅଙ୍ଗନବାଡି କେନ୍ଦ୍ର ପରିଚାଳନାକୁ ନେଇ ଆଲୋଚିତ ହେଉଅଛି। ପ୍ରକଳ୍ପ ଅଧିନ ୨୪୭କେନ୍ଦ୍ର ପାଇଁ ୧୦ ଜଣ ସେକ୍ଟର ସୁପରଭାଇଜର ନିଯୁକ୍ତି ପାଇଥିବା ବେଳେ ୨୬ଗୋଟି ପଞ୍ଚାୟତରେ କାର୍ଯ୍ୟ କରୁଥିବା ଏହି ପ୍ରକଳ୍ପ ଦଶହରା ହୋଇଥିବା ଚର୍ଚ୍ଚା ଧରିଅଛି। ପୂର୍ବ ଘଟଣା କ୍ରମରେ ଏହି ପ୍ରକଳ୍ପରେ ଗୋଷ୍ଟି ଭିତ୍ତିକ ଗୋଟି ଚାଳନାରେ କିଛି ସଚୋଟ କର୍ମୀଙ୍କୁ ପ୍ରମାଣ ଯୋଗାଡ଼ ଯନ୍ତ୍ରରେ ମିଳିତ ଭାବେ ବିରୋଧ କରି ହଟହଟା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ କିଛି ଅସାଧୁ କର୍ମୀ ଗୋଷ୍ଟିଙ୍କ ଦ୍ଵାରା ବହୁ ବେନିୟମ କାର୍ଯ୍ୟ ହେଉଥିବା ନଜରକୁ ଆସିଅଛି। ଏହି କର୍ମରେ ଆଜି ମଙ୍ଗଳବାର ସାନଖେମୁଣ୍ଡି ପ୍ରକଳ୍ପ ମୁଖ୍ୟାଳୟର କେନ୍ଦ୍ର-୧,୨ ପଳାଶପୁର କେନ୍ଦ୍ର-୧,୨ ନୁଳଲାଠି, ସୁମନ୍ତପୁର, ନୂଆଗଡ଼, ହରିଣା, ରାଜନାପଲ୍ଲୀ, ସାତପେଣ୍ଠ, ଗୋପାଳପୁର ଆଦି ବହୁ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଧାର୍ଯ୍ୟ ସମୟ ମଧ୍ୟରେ ଖୋଲୁ ନଥିବା ଦେଖିବାକୁ ମିଳୁଛି। ଏଥି ସହ ଉକ୍ତ ଗ୍ରାମର କେନ୍ଦ୍ର କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀଙ୍କ କୌଣସି ଧାରଣା ନଥିବା କିଛି ହିତାଧିକାରୀ ନାମ ଗୋପନ ରଖିବାକୁ କହି ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ପ୍ରକାରେ ନିୟୋଜିତ କର୍ମୀ ପ୍ରାୟ କେନ୍ଦ୍ରକୁ ଆସୁନଥିବା ସୀମିତ ପ୍ରାକ ବିଦ୍ୟାଳୟ ଶିଶୁଙ୍କ ଦ୍ୱାରା ପ୍ରାକ ବିଦ୍ୟାଳୟ କାର୍ଯ୍ୟ କରୁଥିବା , ଗର୍ଭବତୀ, ପ୍ରସ୍ତୁତିଙ୍କ ପାଇଁ ଉଦ୍ଧିଷ୍ଟ ବଣ୍ଟନ ବ୍ୟବସ୍ଥାରେ ଥିବା ଅଣ୍ଡା ପ୍ରାୟ ବାଣ୍ଟୁ ନଥିବା ଏବଂ ବେଳେବେଳେ ୩/୪ ଗୋଟି ଅଣ୍ଡା ବଣ୍ଟନ କରୁଥିବା ଦର୍ଶାଇଛନ୍ତି। ଏତଦ୍ବ୍ୟତୀତ ଗ୍ରାମକେନ୍ଦ୍ର ପରିସରରେ ନରହି ସମ୍ପୃକ୍ତ କର୍ମୀ ବାହାରେ ରହୁଥିବାରୁ ସଚେତନତା ଧର୍ମୀ କାର୍ଯ୍ୟକ୍ରମର ପରିଚାଳନାରେ ଯୋଗଦାନ କରୁନଥିବା ଅଭିଯୋଗ କରିଛନ୍ତି। କେବେଳ ଟୀକାକରଣ, ଛତୁଆ ବଣ୍ଟନ, ସମୟରେ ଉପସ୍ଥିତ ରହି ଅନ୍ୟ ସମୟରେ କେନ୍ଦ୍ର ସହାୟିକାଙ୍କ ଦ୍ଵାରା କେନ୍ଦ୍ରାପଡା କରାଉଥିବା ଅଭିଯୋଗ କରିଛନ୍ତି। ଏ ସମ୍ୱନ୍ଧରେ ସାନଖେମୁଣ୍ଡି ଆଇସିଡିଏସ ଦାୟିତ୍ୱରେ ଥିବା ସାନଖେମୁଣ୍ଡି ତହସିଲଦାରଙ୍କ ମତାମତ ନିଆଯିବାରୁ ସିଡିପିଓ ନଥିବାରୁ ସେ ଦାୟିତ୍ୱରେ ଥିବା ସହ ଏ ସମ୍ୱନ୍ଧରେ ସଂପୃକ୍ତ କର୍ମଚାରୀଙ୍କ ସହ ଆଲୋଚନା କରିବାକୁ ମତ ପ୍ରକାଶ କରିଥିଲେ।