କନ୍ଧମାଳ ,ନିଜକୁ ଜଣେ ଶିକ୍ଷକର ପରିଚୟ ଦେଇ ଫସାଇଲା ନାବାଳିକାକୁ। ପରେ ଅପହରଣ କରିନେଇ ରଖିଲା ସଂପର୍କ। ବାରାମ୍ବାର ସଂପର୍କ ରଖିବା ପରେ ବସଷ୍ଟାଣ୍ଡରେ ଛାଡି ଯୁବକ ମାରିଲା ଚମ୍ପଟ ମାରିଛି । କନ୍ଧମାଳ ଜିଲ୍ଲାରେ ଘଟିଛି ଏମିତି ଘଟଣା। କୋଟଗଡ଼ ଥାନା ମାଦାଗୁଡ଼ା ଗ୍ରାମ ପଞ୍ଚାୟତର ତଳ ମଧୁଗୁଡ଼ା ଗ୍ରାମର ବସନ୍ତ ପାରାସେଟଙ୍କ ପୁଅ ନକୁଳ ପାରାସେଟ। ସେହି ଗ୍ରାମର ଜଣେ ଝିଅଙ୍କୁ ଅପହରଣ କରିଥିଲା । ସେ ଆସରାମ୍ ବାପୁଜୀ କଲେଜର ୨ ପ୍ରଥମ ବର୍ଷର ଛାତ୍ରୀ। ନିଜକୁ ଶିକ୍ଷକର ପରିଚୟ ଦେଇ ତାଙ୍କୁ ଫସାଇ ଅପହରଣ କରି ନେଇ ବାରମ୍ବାର ବଳତ୍କାର କରିଥିବା ନେଇ କୋଟଗଡ ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା।
ପରିବାର ଲୋକେ, କୋଟଗଡ଼ ପୋଲିସ କେସ ନମ୍ବର ୧୧୬/୨୩/ରେ ଏକ ମାମଲା ରୁଜୁ କରିଛନ୍ତି। କୋଟଗଡ଼ ଥାନା ଅଧିକାରୀ କହିଛନ୍ତି, ଅଭିଯୁକ୍ତ ନକୁଳ ପରାସେଟ ନାବାଳିକାଙ୍କୁ ବାଲିଗୁଡା ଜଗନ୍ନାଥ ମନ୍ଦିର ପାଖ ଜଣେ ସମ୍ପର୍କୀୟଙ୍କ ଘରେ ରାତିରେ ରଖି ପରଦିନ ବାଲିଗୁଡ଼ା ଠାରୁ ବ୍ରହ୍ମପୁର ନେଇ ଯାଇଥିଲେ। ବ୍ରହ୍ମପୁରରେ ୧୬ ଦିନ ରହି ବିଭିନ୍ନ ପ୍ରକାରରେ ନାବାଳିକାଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିବା କହିଛନ୍ତି ନାବାଳିକା। ଯେଉଁ ଦିନ ଝିଅ କଲେଜରୁ ଘରକୁ ଫେରିନଥିଲା ପରିବାର ଲୋକ ନିଜ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରିଥିଲେ । କିନ୍ତୁ ଝିଅର ସନ୍ଧାନ ମିଳି ନଥିବାରୁ କୋଟଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। କିଛି ଦିନ ପରେ କୋଟଗଡ଼ ପୋଲିସ ପହଞ୍ଚିଥିଲା ମାଦାଗୁଡ଼ା ପଞ୍ଚାୟତର ତଳ ମଧୁଗୁଡ଼ା ଗ୍ରାମ ବସନ୍ତ ପରାସେଟଙ୍କ ଘରେ। ପୋଲିସ ପଚରା ଉଚୁରା କରିଥିଲା। ପୋଲିସର ତନାଘନା ଦେଖି ପରିବାର ଲୋକ ନକୁଳଙ୍କୁ ଫୋନ ମାଧ୍ୟମରେ ଡାକିଥିଲେ। ହେଲେ ନକୁଳ ପାରାସେଠ୍ ନାବାଳିକାଙ୍କୁ ବାଲିଗୁଡ଼ା ବସଷ୍ଟାଣ୍ଡରେ ଛାଡ଼ି କୁଆଡେ ଚାଲି ଯାଇଥିବା ନାବାଳିକା ସମେତ ପରିବାର ଲୋକେ କହିଛନ୍ତି । ବର୍ତ୍ତମାନ ନ୍ୟାୟ ଅପେକ୍ଷାରେ ଅଛନ୍ତି ନାବାଳିକା ଓ ପରିବାର ଲୋକେ।