ବଲାଙ୍ଗିର ,ଗତ କିଛି ଦିନ ହେଲା ବଲାଙ୍ଗିର ରେ ହେଉଥିବା ବିଭିନ୍ନ ଅପରାଧ ଓ ଅପରାଧୀ ମାନଙ୍କୁ କମ କରିବା ପାଇଁ ଏସ.ପି ଙ୍କ ତତ୍ଵବଧାନରେ ଏକ ସ୍ପେଶାଲ ଟିମ ଗଠନ କରାଯାଇ ବିଭିନ୍ନ କଫ ଶିରପ ବେପାରୀ, ଗଞ୍ଜେଇ ବେପାରୀ, ଅବୈଧ ମଦ ବେପାରୀ ମାନଙ୍କୁ ଧାରାଯାଇ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷିରେ ତା.୨୭.୦୯.୨୦୨୩ ରିଖ ସମୟ ରାତ୍ର ୦୯.୫୯ ମି. ସମୟରେ ରିପୋର୍ଟକାରୀ ମମତା ପ୍ରଧାନ(୪୪), ସ୍ଵା-ଅପ୍ରମିତ ପ୍ରଧାନ, ଏ.ଏସ.ଆଇ ଟାଉନ ଥାନା, ଜିଲ୍ଲା-ବଲାଙ୍ଗିର ଅଭିଯୋଗ କଲେ ଯେ, ତା.୨୭.୦୯.୨୦୨୩ ରିଖ ସନ୍ଧ୍ୟା ୮.୩୦ ମି ସମୟରେ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଲେ ଯେ ଅଭୟ ସାହୁ, ଠିକାଦାର ପଡା ନାମକ ଜଣେ ବ୍ୟକ୍ତି ଠିକାଦାର ପଡା ଛକ ରେ ଅବୈଧ ଭାବରେ କଫ ଶିରପ ବିକ୍ରି କରୁଛି । ଏହି ଖବର ପାଇ ସେମାନେ ଉକ୍ତ ସ୍ଥାନ କୁ ଯାଇ ରେଡ କରି ଉକ୍ତ ବ୍ୟକ୍ତି କୁ ଧରିଲେ ଓ ତା ଠାରୁ ୩୮ ଗୋଟି ସିଲ ଥିବା ମୋନକଫ-ପ୍ଲସ୍ କଫ ଶିରପ ବୋତଲ, ଗୋଟିଏ ଲୁଜ କଫ ଶିରପ ବୋତଲ ଯହିଁରେ ୬୦ମିଳି ଶିରପ, ୦୧ ଷ୍ଟ୍ରିପ ଅଳ୍ପରାଜୋଲମ୍ ଅଲ୍ଜେଟ ଟାବଲେଟ (ଯହିଁରେ ୦୬ ଗୋଟି ଟାବଲେଟ ଥାଇ), ଗୋଟିଏ ପାଣି ବୋତଲ ଯହିଁରେ ପ୍ରାୟ ୭୦୦ମି.ଲି. ନାରଙ୍ଗି ରଙ୍ଗ ପାଣି ଏବଂ ଟ.୫୦୦୦/- ଯୁବକ ଠାରୁ ଜବତି କଲେ । ପରେ ତାର ନାମ ପଚାରିବାରେ ସେ ତାର ନାମ ଅଭୟ ସାହୁ(୩୮) ପି-ଘାଷିରାମ ସାହୁ, ନି–ଠିକାଦାର ପଡା, ଥାନା-ଟାଉନ, ଜିଲ୍ଲା-ବଲାଙ୍ଗୀର କହିଲା । ଏଣୁ ଉକ୍ତ ଜିନିଷ ସବୁକୁ ଏ.ଏସ.ଆଇ ମମତା ପ୍ରଧାନ ଜବତି କରି ଯୁବକ ଜଣକୁ ଥାନାକୁ ଆଣି ରିପୋର୍ଟ କଲେ । ତଦନ୍ତକାରୀ ପୋଲିସ ଅଧିକାରୀ ଏ.ଏସ.ଆଇ ବିଦ୍ୟାଧର ଭୋଇ ଏଥିର ତଦନ୍ତ କରି ଅପରାଧୀ ଅଭୟ ସାହୁ କୁ ତା.୨୮.୦୯.୨୩ ରିଖ ରେ ମାନ୍ୟବର ଅଦାଲତ ଙ୍କ ସମ୍ମୁଖ ରେ ହାଜର କରାଯାଇ ଥିବା, ଟାଉନ ଥାନା କେସ ନ-୫୦୯ ତା.୨୭.୦୯.୨୦୨୩ ରିଖ ଦଫା-୨୭୪/୨୭୫ ଭା.ଦ.ଆ ଟାଉନ ଥାନା ଅଧିକାରୀ, ବଲାଙ୍ଗୀର ସୂଚନା ଦେଇଛନ୍ତି।
Related Stories
October 10, 2024