

ଭଦ୍ରକ – ଚିଟ୍ଫଣ୍ଡ ଠକେଇ ପରେ ମଧ୍ଯ ଏହି ଜିଲାର ଲୋକମାନେ ସଚେତନ ହୋଇନାହାଁନ୍ତି। େଯଉଁଥିପାଇଁ ଏହି ଜିଲାର ବାସୁଦେବପୁର ବଜାର ବ୍ଲକ୍ ରୋଡ୍ ଠାରେ ଥିବା ଦୁର୍ଗା ଏଜେନ୍ସି ଅର୍ଡର ସପ୍ଲାୟର ନାମକ ଏକ ସଂସ୍ଥା ନୂଆକରି ଚଳିତବର୍ଷ ନଭେମ୍ବର ୨୬ ରେ ଖୋଲିଥିଲା। ଗତକାଲି ରାତିରୁ ବ୍ୟବସାୟୀ ଜଣକ କେଉଁଆଡେ ପଳାଇ ଯାଇଥିବାର ଦେଖôବାକୁ ମିଳିଥିଲା। ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ଲୋଭନୀୟ ଅଫର ଦେଇ ଟଙ୍କା ଜମା କରିବାର ୧୩ ଦିନ ପରେ ଜିନିଷ ନେଲେ ୪୫ ପ୍ରତିଶ୍ରତ ଛାଡ, ୭ ଦିନ ପରେ ନେଲେ ୨୫ ପ୍ରତିଶତ ଛାଡ। ଏହିପରି ଅଫର ରଖô ଲୋକମାନଙ୍କ ଠାରୁ ପ୍ରାୟ ୧୦ କୋଟିରୁ ଉଦ୍ଧ୍ର୍ବ ଟଙ୍କା ଅଗ୍ରୀମ ନେଇ ଫେରାର ହୋଇଯାଇଛନ୍ତି ସଂପୃକ୍ତ ବ୍ୟବସାୟୀ। ଆଜି ଦୋକାନ ଖୋଲାନଥିବା ଦେଖô ଶତାଧିକ ଲୋକ ସେଠାରେ ଏକତ୍ରିତ ହୋଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ପହô ଦୋକାନଟିକୁ ସିଲ୍ କରିଛି। ଏଠାରେ ପ୍ରଶ୍ନ ଉଠେ ଲୋକମାନେ ଚିଟ୍ଫଣ୍ଡରେ କୋଟି କୋଟି ଟଙ୍କା ହରାଇବା ପରେ ପୁଣି ଥରେ ଏଭଳି ଠକାମୀର ଶୀକାର ହେଲେ କିପରି! ଏହି ଦୋଷ ସାଧାରଣ ଲୋକ ନା ପ୍ରଶାସନର। ଏହି ଚିଟ୍ ଘଟଣାରେ ବହୁ ସଂଖ୍ୟକ ଗରିବ ଲୋକ ଶୀକାର ହୋଇଛନ୍ତି। କିଏ ଝିଅ ବାହାଘର ପାଇଁ ତ କିଏ ଭଉଣୀ ବାହାଘର ପାଇଁ ଲକ୍ଷ ଲକ୍ଷ ଟଙ୍କାର ଜିନିଷର ଅର୍ଡର କରିଥିଲେ। କେହି କେହି ଅନ୍ୟ ଘରକରଣା ଉପକରଣ ପାଇଁ ଲକ୍ଷାଧିକ ଟଙ୍କାର ଜିନିଷ ବୁକ୍ କରିଥିଲେ। ସେମାନେ ଏବେ ତାଙ୍କର ଅର୍ଡର ମୁତାବକ ଜିନିଷ ପାଇବେ କିପରି। ଏହି ସଂସ୍ଥା ଦୀର୍ଘ ଏକମାସ ଧରି ପୌରପାଳିକା ତଥା ବାସୁଦେବପୁର ବ୍ଲକ୍ର କିଛି ପଂଚାୟତମାନଙ୍କରେ ଡାକବାଜି ଯନ୍ର ସାହାଯ୍ୟରେ ପ୍ରଚାର କରୁଥିଲା। ତେବେ ବୁକିଂ କରିଥିବା ଗ୍ରାହକମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।