
କେନ୍ଦ୍ରାପଡ଼ା- ମୁଦ୍ରିତ ଗଣମାଧ୍ୟମରେ କେନ୍ଦ୍ରାପଡା ଜିଲ୍ଲାପାଇଁ କାର୍ଯ୍ୟକରୁଥିବା କାର୍ଯ୍ୟରତ ସାମ୍ବାଦିକ ଜଗଦୀଶ ପତିଙ୍କୁ ରାଜ୍ୟସ୍ତରରେ ସମ୍ବର୍ଦ୍ଧନା ଦିଆଯାଇଛି । କେନ୍ଦ୍ରାପଡାରେ ବିଭିନ୍ନ ଖବରକାଗଜ ପାଇଁ ଦୀର୍ଘଦିନରୁ କାର୍ଯ୍ୟ କରି ଆସୁଥିବା ଶ୍ରୀ ପତି ଜନସାଧାରଣଙ୍କ ସମସ୍ୟା ଓ ସାମାଜିକ ବୈଷମ୍ୟ ଉପରେ ନିୟମିତ ଭାବେ ସମ୍ବାଦ ପ୍ରକାଶ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟା ସମାଧାନରେ ସହାୟକ ହୋଇଥିବାରୁ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ସୂଚନା ଓ ଲୋକସଂପର୍କ ତଥା ଜଳସଂପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ତାଙ୍କୁ ଉତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଭୁବନେଶ୍ୱର ସ୍ଥିତ ଏକ ପଂଚତାରକା ହୋଟେଲ୍ରେ ଅନୁÂିତ ସଂଚାର ଖବରକାଗଜର ସ୍ୱନକ୍ଷତ୍ର ଦିବସ ଉତ୍ସବରେ ଶ୍ରୀ ପତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।