![](https://indokalingtimes.com/wp-content/uploads/2019/12/ad57d1e33e2d16ffdee96bf4d360704a9b97d7f149c6bf4f02fc484e6d4f51c7_1.jpg)
![](https://indokalingtimes.com/wp-content/uploads/2019/12/ad57d1e33e2d16ffdee96bf4d360704a9b97d7f149c6bf4f02fc484e6d4f51c7_1-300x163.jpg)
ଭଦ୍ରକ – ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ କରିବା ପାଇଁ ସମସ୍ତ ସ୍କୁଲକୁ କଡା ନିଦ୍ର୍ଧେଶ ଦେଇଛନ୍ତି ା ହେଲେ ଏହି ଆଇନକୁ କେତେକ ସ୍ଥାନରେ ସଂପୃକ୍ତ ସ୍କୁଲ ଶିକ୍ଷକ ମାନୁନାହାନ୍ତି ା ଏହି ଆଇନକୁ ନମାମିବାରୁ ଜଣେ ଶିକ୍ଷୟିତ୍ରୀଙ୍କ ପାଇଁ ମହଙ୍ଗା ସବ୍ୟସ୍ତ ହୋଇଛି ା ପ୍ରକାଶ େଯ ଧାମନଗର ବ୍ଲକ ଭଗବାନପୁର ପଂଚାୟତସ୍ଥିତ ପଦ୍ମପୋଖରୀ ପ୍ରାଥମିକ ବିଦ୍ୟାଳୟରେ ଗତ ୨୦ ତାରିଖ ମଧ୍ଯାହ୍ନ ଭୋଜନ ଚାଲିଥିବା ବେଳେ ବିଦ୍ୟାଳୟର ତିନିଜଣ ଛାତ୍ରଛାତ୍ରୀ କେତେକ କାରଣକୁ ନେଇ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସାଗରିକା ରାଉତ ସେମାନଙ୍କୁ ସ୍କୁଲ ପରିସରରେ ଏକଘଂଟା ଧରି କାନ ଧରି ଆଣ୍ଠେଇ ଦେଇଥିଲେ ା ଏହି ଦୂଶ୍ୟକୁ ସ୍ଥାନୀୟ ଅଂଚଳର ଜନୈକ ଯୁବକ ନିଜ ମୋବାଇଲରେ ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରିବା ସହିତ ମୋ ସରକାର, ମୁଖ୍ୟମନ୍ରୀ, ଜିଲାପାଳ, ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଟୁଇଟ କରିଥିଲେ ା ଜିଲାପାଳଙ୍କ ନିଦ୍ର୍ଧେଶ କ୍ରମେ ବ୍ଲକ ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ସଂପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସାଗରିକା ରାଉତଙ୍କୁ ଚିଠି ନଂ-୨୯୪୯ରେ ନିଲମ୍ବିତ ଆଜି କରିଛନ୍ତି ା ସେହିପରି ଅନ୍ୟ ଏକ ବିଦ୍ୟାଳୟ ପରିସରରେ ଜନୈକ ଯୁବକ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ପରିତ୍ୟକ୍ତ ଶୌଚାଳୟରେ ଦୁଷ୍କର୍ମ କରିବା ନେଇ ଥାନାରେ ମାମଲା ରୁଜୁ ପରେ ସଂପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଭାଶିନୀ ମଲିକଙ୍କୁ ବିଇଓଙ୍କ ଚିଠି ନଂ-୨୬୬୯ରେ ତାଙ୍କୁ ନିଲମ୍ବିତ କରାଯାଇଛି।