କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ରାମକୃଷ୍ଣ ମିଶନ ର ୧୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମିଶନ ଅଧ୍ୟକ୍ଷ ସ୍ୱାମୀ ଶ୍ରୀ ଅପ୍ତେଶ୍ୱର ନନ୍ଦଜୀ ଙ୍କ ନିର୍ଦ୍ଧେଶ କ୍ରମେ ରାଧାବଲ୍ଲଭ ମହାବିଦ୍ୟାଳୟ ପରିସରରେ ଏକ ଯୁବଶିବିର ଅନୁଷ୍ଠିତ ହୋଇଯାଇଛି |ଏହି ଶିବିର କୁ ଅନୁଷ୍ଠାନିକ ଭାବେ ରାମକୃଷ୍ଣ ମିଶନ ସ୍ୱାମୀ ଗୋପାଳତ୍ମା ନନ୍ଦଜି ମହାରାଜ ଉଦଘାଟନ କରିଥିଲେ | ସେ ଶାନ୍ତି ପାଠ କରିସାରିବା ପରେ ଯୁବ ଶିବିରର ଅଭିମୁଖ୍ୟ ସମ୍ପକରେ ଆଲୋକ ପାତ କରିଥିଲେ |ଏହି ଯୁବଶିବିର ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁରତ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ| ସେ ତାଙ୍କ ଅଭିଭାଷଣ ରେ ସ୍ୱାମୀ ବିବେକାନନ୍ଦ ଙ୍କୁ ଜୀବନ ର ଆଦର୍ଶ ଭାବରେ ଗ୍ରହଣ କରିବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ | ଅନ୍ୟତମ ଅତିଥି ବିରାଟ କିଶୋର ନାୟକ, ସ୍ୱାମୀଜୀ ଙ୍କ ବାଲ୍ୟ ଜୀବନ ସମ୍ପର୍କ ରେ ଆଲୋକ ପାତ କରିଥିଲେ | ପ୍ରାକ୍ତନ ବରିଷ୍ଟ ଅଧ୍ୟାପକ ସୁରଜ ମଲ ସାହା ମହାବିଦ୍ୟାଳୟ, ପୁରୀ ର ସୁକାନ୍ତ କୁମାର ମହାନ୍ତି ସଂଗୀତ ଓ ଗପ ମାଧ୍ୟମରେ ସ୍ୱାମୀ ବିବେକାନନ୍ଦ ଙ୍କ ଜୀବନ ଓ ବାର୍ତା ଓ ପରିବ୍ରାଜକ ଜୀବନରେ ଭାରତ ଭ୍ରମଣ ଓ ଯୁବସମାଜ ପ୍ରତି ବାର୍ତା ସମ୍ପର୍କ ରେ ଆଲୋକ ପାତ କରିଥିଲେ| ଅଧ୍ୟାପିକା ଶିବାନୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ |ଏହି ଯୁବ ସମ୍ମିଳନୀ ରେ 120 ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ | ମିଶନ ପକ୍ଷ ରୁ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟାନ ବଣ୍ଟନ ଓ ସ୍ୱାମୀ ବିବେକାନନ୍ଦ ଙ୍କ ପୁସ୍ତକ ବିତରଣ କରାଯାଇଥିଲା |ଅଧ୍ୟାପକ ଗଣେଶ ଜେନା ଓ ଅଧ୍ୟାପକ ଅଜୟ କୁମାର ସାହୂ ଉପସ୍ଥିତ ଥିଲେ | ଛାତ୍ରୀ ଓ ଛାତ୍ର ଙ୍କ ତରଫରୁ ତାରା ପଣ୍ଡା ଓ ଦିଲ୍ଲୀପ ପ୍ରଧାନ ସ୍ୱାମୀଜୀ ଙ୍କ ଉପରେ ନିଜର ବକ୍ତବ୍ୟ ରଖି ଥିଲେ |