କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀକ୍ଷେତ୍ରେ ଭାଗବତ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରଥମ ବର୍ଷ ସପ୍ତାହନ୍ତ ଶ୍ରୀମଦ୍ ଭାଗବତ ପ୍ରବଚନ ଜ୍ଞାନ ଯଜ୍ଞ ଶ୍ରୀମନ୍ଦିର ସମ୍ମୁଖ ରାଧା ବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି |ଅଗଷ୍ଟ ୧୫ ରିଖରୁ ଆରମ୍ଭ ହୋଇଥିବା ଏହିକଥା ୨୧ ତାରିଖ ସୋମବାର ଦିନ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଏହି ପ୍ରବଚନ କାର୍ଯ୍ୟକ୍ରମ ସଂଧ୍ୟା ୭ଟା ରୁ ଆରମ୍ଭ ହୋଇ ରାତ୍ରି ୧୦ ଘଂଟିକା ସମୟରେ ସମାପ୍ତ ହୋଇଥିଲା |ପ୍ରବକ୍ତା ବାବା ସତ୍ୟାନନ୍ଦ ଦାସ ଜୀ ମହାରାଜ ପ୍ରବଚନ ମାଧ୍ୟମରେ ଅନେକ ନୀତି ଶିକ୍ଷା ପ୍ରଦାନ କରିବା ସହିତ କି କର୍ମ କଲେ ଜଣେ ଭଲ ମନୁଷ୍ୟ ହୋଇପାରିବ ବୋଲି ବୁଝାଇ ଥିଲେ |
ଏହି କାର୍ଯ୍ୟକ୍ରମରେ ରାଧା ବଲ୍ଲଭ ମଠର ମହନ୍ତ ଶ୍ରୀରାମକୃଷ୍ଣ ଦାସ ଜୀ ମହାରାଜଙ୍କ ପୌରୋହିତ୍ୟ କରଥିବା ବେଳେ ସଭାପତି ସତ୍ୟ ନାରାୟଣ କର ସିଂହାରୀ ପରିଚାଳନା କରିଥିଲେ |ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସମ୍ପାଦକ ଅନିଲ କୁମାର ସ୍ୱାଇଁ,ଧନଞ୍ଜୟ ମହାନ୍ତି, ଭିମସେନ ପଣ୍ଡା,ଶଙ୍କର ସାହୁ ଏବଂ ଅନ୍ୟ ସଦସ୍ୟ ମନେ ସହଯୋଗ କରିଥିଲେ |