କନ୍ଧମାଳ – ଭି-ଆୱାଡ୍ ବିଜୟିନୀ କନ୍ଧମାଳର ଆଦିବାସୀ ଝିଅ ଝୁଲିମା ମଲ୍ଲିକ୍ ଙ୍କୁ ଆଜି କନ୍ଧମାଳ ଜିଲ୍ଲାପାଳ ଡଃ.ବୃନ୍ଦା ଡି ଶୁଭେଚ୍ଛା ଜଣାଇବା ସହିତ ଏହିଭଳି ପ୍ରଶଂସନୀୟ କାର୍ଯ୍ୟ ଜାରି ରଖିବା ପାଇଁ ଉପଦେଶ ଦେଇଛନ୍ତି. ଗତ ୫ ତାରିଖ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ୟୁ.ଏନ୍ ହାଉସ୍ ଠାରେ କନ୍ଧମାଳର ଏହି ଆଦିବାସୀ ଝିଅ ଝୁଲିମା ମଲ୍ଲିକଙ୍କୁ ସମ୍ବଦ୍ଧିତ କରାଯାଇଥିଲା. ଏହାପରେ ବିଭିନ୍ନ ମହଲରୁ ଝୁଲିମା ମଲିକଙ୍କୁ ପ୍ରଶଂସିତ କରାଯିବା ସହିତ ଶୁଭେଚ୍ଛାର ବାର୍ତା ଛୁଟିଆସିଥିଲା. ଆଜି ଜିଲ୍ଲାପାଳଙ୍କ ବାସଭବନରେ ଝୁଲିମାଙ୍କୁ ଭେଟିବା ଅବସରରେ ଜିଲ୍ଲାପାଳ ଝୁଲିମାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଏହିଭଳି କାର୍ଯ୍ୟ ଆଗାମି ଦିନ ମାନଙ୍କରେ ଜାରି ରଖିବା ପାଇଁ କହିଛନ୍ତି. ବାଲ୍ୟ ବିବାହ ଭଳି କୁସ ô ତ ପ୍ରଥାକୁ ବନ୍ଦ କରିବା ପାଇଁ ଜନସଚେତନତାର ଆବଶ୍ୟକ ରହିଛି, ଏଥି ସହିତ କିଶୋର ଓ କିଶୋରୀ ମାନଙ୍କୁ ସଚେତନ କରିବା ପାଇଁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସଚେତନତାର ବାର୍ତା ବାଂଟିବା ପାଇଁ ଜିଲ୍ଲାପାଳ କହିଛନ୍ତି. କିଶୋର କିଶୋରୀ ମାନେ ଏଦିଗରେ ସଚେତନ ହେଲେ କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ସମ୍ଭବପର ହୋଇ ପାରିବ. ଆଗାମୀ କାର୍ଯ୍ୟ ଯୋଜନା ବିଷୟରେ ଜିଲ୍ଲାପାଳ ଝୁଲିମାଙ୍କୁ ପଚାରି ବୁଝିଥିଲେ. ଝୁଲିମା କହିଥିଲେ ଯେ ବାଳିକା ଶିକ୍ଷାକୁ ଗୁରୁତ୍ୱ ଦେବା ସହିତ ବାଲ୍ୟ ବିବାହ ବିରୋଧରେ ଏହିଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ଓ କନ୍ଧମାଳ ଜିଲ୍ଲକୁ ସମ୍ପୁର୍ଣ ବାଲ୍ୟ ବିବାହ ମୁକ୍ତ କରିବା. ଜିଲ୍ଲାପାଳ ମଧ୍ୟ ନିଜେ ଏହି ଦିଗରେ ସମ୍ପୂର୍ଣ ସହଯୋଗ କରିବେ ଓ ଜିଲ୍ଲ ପ୍ରଶାସନ ଏହି କାର୍ଯ୍ୟରେ ସମ୍ପୂର୍ଣ ସହାୟତା କରିବେ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି. ଆଗାମୀ ଦିନରେ ନିଜର ପାଠ ପଢା ଜାରି ରଖିବା ସହିତ ଭବିଷ୍ୟତରେ ସମସ୍ତଙ୍କର ଆଦର୍ଶ ହେବା ପାଇଁ ଜିଲ୍ଲାପାଳ କହିଥିଲେ. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ ବାଲ୍ୟ ବିବାହ ବିରୋଧରେ ଏହିଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ଓ କନ୍ଧମାଳ ଜିଲ୍ଲକୁ ସମ୍ପୁର୍ଣ ବାଲ୍ୟ ବିବାହ ମୁକ୍ତ କରିବା. ଜିଲ୍ଲାପାଳ ମଧ୍ୟ ନିଜେ ଏହି ଦିଗରେ ସମ୍ପୂର୍ଣ ସହଯୋଗ କରିବେ ଓ ଜିଲ୍ଲ ପ୍ରଶାସନ ଏହି କାର୍ଯ୍ୟରେ ସମ୍ପୂର୍ଣ ସହାୟତା କରିବେ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି. ଆଗାମୀ ଦିନରେ ନିଜର ପାଠ ପଢା ଜାରି ରଖିବା ସହିତ ଭବିଷ୍ୟତରେ ସମସ୍ତଙ୍କର ଆଦର୍ଶ ହେବା ପାଇଁ ଜିଲ୍ଲାପାଳ କହିଥିଲେ. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ ବାଲ୍ୟ ବିବାହ ବିରୋଧରେ ଏହିଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ଓ କନ୍ଧମାଳ ଜିଲ୍ଲକୁ ସମ୍ପୁର୍ଣ ବାଲ୍ୟ ବିବାହ ମୁକ୍ତ କରିବା. ଜିଲ୍ଲାପାଳ ମଧ୍ୟ ନିଜେ ଏହି ଦିଗରେ ସମ୍ପୂର୍ଣ ସହଯୋଗ କରିବେ ଓ ଜିଲ୍ଲ ପ୍ରଶାସନ ଏହି କାର୍ଯ୍ୟରେ ସମ୍ପୂର୍ଣ ସହାୟତା କରିବେ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି. ଆଗାମୀ ଦିନରେ ନିଜର ପାଠ ପଢା ଜାରି ରଖିବା ସହିତ ଭବିଷ୍ୟତରେ ସମସ୍ତଙ୍କର ଆଦର୍ଶ ହେବା ପାଇଁ ଜିଲ୍ଲାପାଳ କହିଥିଲେ. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ
Related Stories
November 3, 2024