
ଭଞ୍ଜନଗର-ଆଜି ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭା ଗୃହରେ ଉପଖଣ୍ଡର ସମସ୍ତ ରାଜସ୍ବ କର୍ମଚାରୀ ମାନଙ୍କ ଦ୍ୱାରା ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଏହାକୁ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରା ଉଦଘାଟନ କରିଥିଲେ। ତାଙ୍କ ସହ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଡାକ୍ତର ପ୍ରଣବାନନ୍ଦ ପାତ୍ର ଓ ସମସ୍ତ ତହସିଲଦାର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଘୁମୁସର ଉପଖଣ୍ଡ ରେ ଥିବା ସମସ୍ତ ରାଜସ୍ବ ବିଭାଗର କର୍ମଚାରୀଙ୍କ ସମେତ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ତାଙ୍କ କାର୍ଯ୍ୟାଳୟ ର ବହୁ କର୍ମଚାରୀ ଏହି ଶିବିର ରେ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। ଏଥିରେ ଭଞ୍ଜନଗର ରକ୍ତଭଣ୍ଡାର ର କର୍ମଚାରୀ ମାନେ ସହଯୋଗ କରିଥିଲେ।