କେନ୍ଦ୍ରାପଡ଼ା – ବରିÂ ଦେୱାନୀ ଆଇନ୍ଜିବୀ ତଥା କେନ୍ଦ୍ରାପଡାର ମୁରବୀ ଗାନ୍ଧୀବାବୁ ଆଉ ନାହାଁନ୍ତି । ୮୫ ବର୍ଷ ବୟସରେ କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ବରିÂ ଆଇନ୍ଜିବୀ ସୁରେଶ ଚନ୍ଦ୍ର ସେନାପତି (୮୫) ଗୁରୁବାର ଅପରାହ୍ନରେ ପରଲୋକ ଗମନ କରିଛନ୍ତି । ସେ କେନ୍ଦ୍ରାପଡାରେ ଗାନ୍ଧିବାବୁ ଭାବେ ଜଣାଶୁଣା ଓ ଲୋକପ୍ରିୟ ହୋଇପାରିଥିଲେ । ଜଣେ ଦେୱାନି ଓକିଲଭାବେ ଆଇନ୍ ବ୍ୟବସାୟ ଆରମ୍ଭ କରି ସଫଳତାର ସହ ମାମଲା ପରିଚାଳନା କରି ସୁନାମ ଅର୍ଜନ କରିପାରିଥିଲେ । ୧୯୩୪ ମସିହାରେ ମହାମ୍ôାଗାନ୍ଧୀଙ୍କର ପଦଯାତ୍ରା ଅବସରରେ କେନ୍ଦ୍ରାପଡାକୁ ଗସ୍ତ ଓ ସଭା ସମୟରେ ତାଙ୍କ ଘରକୁ ଯାଇଥିଲେ । ସେ ସମୟରେ ସେ ଜନ୍ମଲାଭ କରିଥିବାରୁ ତାଙ୍କ ନାମ ଗାନ୍ଧି ବୋଲି ରଖାଯିବାରୁ ଲୋକେ ତାଙ୍କୁ ଗାନ୍ଧିବାବୁ ଭାବେ ଡାକିବାକୁ ଆରମ୍ଭ କଲେ । କେନ୍ଦ୍ରାପଡା ତଥା ରାଜ୍ୟର ବରିÂ ଓକିଲ ଚକ୍ରଧର ସେନାପତିଙ୍କ ଦ୍ୱିତୀୟ ପୁତ୍ରଭାବେ ଜନ୍ମଲାଭ କରି ଯୁବକ ଅବସ୍ଥାରେ କେନ୍ଦ୍ରାପଡା ମ୍ୟୁନିସିପାଲିଟିର କାଉନ୍ସିଲର ଭାବେ ନିର୍ବାଚିତ ହୋଇଥିଲେ । କେନ୍ଦ୍ରାପଡା କୋର୍ଟର ପରିସର ବୃଦ୍ଧି ପାଇଁ ଜଳସଂପଦ ବିଭାଗ ବିରୋଧରେ ମାମଲା ମକଦ୍ଧମା ଲଢି ସଫଳତା ହାସଲ କରିଥିଲେ । ତାଙ୍କର ପରଲୋକ ଖବର ପାଇ କେନ୍ଦ୍ରାପଡା କୋର୍ଟର ଆଇନ୍ଜିବୀ, ବୃଦ୍ଧିଜିବୀ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ତଥା ସାମ୍ବାଦିକମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କର ଏକମାତ୍ର ପୁତ୍ର ଆଇନ୍ଜିବୀ ତଥା ସାମ୍ବାଦିକ ଆଶୀଷ ସେନାପତି, ୩ ଝିଅ ପରିବାରବର୍ଗ ଶେଷ ସମୟରେ ଉପସ୍ଥିତ ଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବିଧାୟକ ଶଶୀଭୂଷଣ ବେହେରା ପ୍ରମୁଖ ଖବର ପାଇ ଶୋକବ୍ୟକ୍ତ କରିବା ସହ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି । ପୂର୍ବତନ ବିଧାୟକ ଚିନ୍ମୟ ବେଉରା, ପୂର୍ବତନ ପୈାରପାଳ ମହମ୍ମଦ ଆକବର ଅଲ୍ଲୀ, ବିଜୟ କୃଷ୍ଣ ସାହୁ, ଧୀରେନ୍ ସାହୁ, ବୈଦ୍ୟନାଥ ଚାଟାର୍ଜୀ, ଦେବଦାସ ମହାନ୍ତି, ଅକ୍ଷୟ ମହାନ୍ତି, ମହମ୍ମଦ ଇଲ୍ଲିଆସ, ପରେଶ ଦାସ, ଗୟାଧର ଧଳ, ପ୍ରଦୀପ ମହାନ୍ତି, ଡାଃ. ଅଲେଖ ଚନ୍ଦ୍ର ଦାସ, ବିଶ୍ୱ ପ୍ରକାଶ କାନୁନ୍ଗୋ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
Related Stories
December 2, 2024