କାଂକେର, କେନ୍ଦ୍ରୀୟ ଗ୍ରାମୀଣ ବିକାଶ ଏବଂ ପଂଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ ତିନିଦିନିଆ ବସ୍ତର ଗସ୍ତରେ ଯାଇ ଗୁରୁବାର ଦିନ କାଂକେରେ ପହଂଚିଛନ୍ତି । ଏହି ଗସ୍ତ ଅବସରରେ ଗିରିରାଜ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ସେ ବଘେଲଙ୍କ ଉପରେ ଜନତାଙ୍କ ସବୁ ଟଙ୍କା ହଡପ୍ କରିନେଇଥିବା ଅଭିଯୋଗ ଲଗାଇଛନ୍ତି ।
ଗିରିରାଜ ସମ୍ବାଦିକ ମାନଙ୍କୁ କହିଛନ୍ତି ମୁଁ ମୋର ବସ୍ତର ଗସ୍ତରେ ସ୍ଥାନୀୟ ଅଧିକାରୀ ମାନଙ୍କ ସହିତ ବୈଠକ କରିବା ସହିତ ଯାଂଚ କରିବି । ସେ କହିଛନ୍ତି ଭୁପେଶ ସରକାରଙ୍କ ପାଖକୁ ଯଦି କେନ୍ଦ୍ର ସରକାର ପଇସା ନଆସିବ ତେବେ ଏଠାରେ ଆଲୁଅ ଲିଭି ଯିବ ଓ କର୍ମଚାରୀ ମାନଙ୍କୁ ଦେବାକୁ ଟଙ୍କା ନଥିବ ।