ନୂଆଦିଲ୍ଲୀ, ଓଡିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣାସ୍ଥଳରେ ଚାଲିଥିବା ଉଦ୍ଧାର ଅଭିଯାନ ସମାପ୍ତ ହୋଇଛି ବୋଲି ରେଳ ମନ୍ତ୍ରଣାଳୟର ପ୍ରବକ୍ତା ଅମିତାଭ ଶର୍ମା ପ୍ରକାଶ କରିଛନ୍ତି ।ସେ କହିଛନ୍ତି ଯେ ଉଦ୍ଧାର ଅଭିଯାନ ସରିବା ରପରେ ଏବେ ମରାମତି କାମ ଯୁଦ୍ଧକାଳୀନ ସ୍ଥିତିରେ ଆରମ୍ଭ ହୋଇଛି ।
ସେ କହିଛନ୍ତି ଯେ, ଏହି ରୁଟ୍ରେ ଦୁର୍ଘଟଣା ନିରୋଧୀ ‘କବଚ’ ଉପଲବ୍ଧ ନ ଥିଲା। ‘କବଚ’ ବ୍ୟବସ୍ଥା ଥିଲେ ଟ୍ରେନ୍ ଦୁଇଟି ପରସ୍ପର ସହିତ ଧକ୍କା ଖାଇ ନ ଥାଆନ୍ତେ।