ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ବୀରପାଟଣା କୁକୁଡ଼ା ଫାର୍ମ ପାର୍ଶ୍ବରେ ଥିବା ବେଆଇନ ନକଲି ମଦ କାରଖାନା ଉପରେ ଦିଗପହଣ୍ଡି ପୋଲିସ ଅତର୍କିତ ଭାବରେ ଚଢ଼ାଉ କରି ଏଥିରେ ସଂପୃକ୍ତ ଥିବା ୪ ଜଣକୁ ଗିରଫ କରିଥିବା ବେଳେ ବୁଧବାର ଦିନ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ସ୍ବାଇଁଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ସନ୍ତୋଷଙ୍କ ଘର ବୁଗୁଡା ଥାନା ଅନ୍ତର୍ଗତ ବାଲିପାଟଣା ବୋଲି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ଖବରନୁଯାୟୀ ବୁଧବାର ଦିନ ଅଭିଯୁକ୍ତ ସନ୍ତୋଷ ବ୍ରହ୍ମପୁରରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ସମୟରେ ଦିଗପହଣ୍ଡି ପୋଲିସ ଖବରପାଇ ଦିଗପହଣ୍ଡି – ବ୍ରହ୍ମପୁର ମଧ୍ୟ ରାସ୍ତାରେ ସନ୍ତୋଷ କାବୁ କରି ଥାନାକୁ ଅଣାଯାଇଥିଲା । ଚାରୀ ଦିନ ପୂର୍ବରୁ ଶନିବାର ଅପରାହ୍ନରେ ଦିଗପହଣ୍ଡି ପୋଲିସ ଖବରପାଇ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ ଉକ୍ତ କୁକୁଡ଼ା ଫାର୍ମ ନିକଟରେ ଥିବା ନକଲି ମଦ କାରଖାନା ଉପରେ ଚଢାଉ କରି ସେଠାରୁ ୪୬ଟି କାର୍ଟୁନରେ ଭର୍ତି ହୋଇଥିବା ୨୦୨୮ଟି ନକଲି ବିଦେଶୀ ମଦ ବୋତଲ,୩୬୪ଟି ପ୍ରିପେର ଜାର, ୨୮୦ ଲିଟର ସ୍ପିରିଟ, ମେସିନ, ୨ବସ୍ତା ଲେବୁଲ, ୨ବସ୍ତା ଖାଲି ବୋତଲ, ୧୦ବସ୍ତା ଠିପି, ବହୁଳ ପରିମାଣରେ ମଦ ତିଆରି ସାମଗ୍ରୀ ଜବତ କରିଥିଲା। ଘଟଣାପରେ ରବିବାର ଦିନ ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପି.କେ ମିଶ୍ର , ଚିକିଟି ଏସଡିପିଓ ଏସ୍. ଏନ୍.ମୁର୍ମୁ ଦିଗପହଣ୍ଡି ଥାନାରେ ପହଞ୍ଚି ତଦନ୍ତ ଚଳାଇଥିଲେ ।ସେହି ଦିନଠାରୁ ସନ୍ତୋଷ ଫେରାର ଥିଲା. ରିପୋର୍ଟ ପ୍ରଫୁଲ ସାବତ
Related Stories
December 14, 2024