
ନୂଆପଡା – ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ ତରଫରୁ ନୂଆପଡା ଜିଲ୍ଲାର ବୋଡେନ ବ୍ଲକର ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ର ଓ ଗାଁରେ ପୋଷଣ ମାସ ପାଳନ କରାଯାଉଛି । ପୁଷ୍ଟିର ସୁରକ୍ଷା, ମାଁ ଓ ଶିଶୁ ଓ କିଶୋରୀଙ୍କ ଯନô, ଖାଦ୍ୟର ପ୍ରକାର ଭେଦ ଯଥା ଶକ୍ତି ପ୍ରଦାୟକ ଖାଦ୍ୟ, ଶରୀର ଗଠନକାରୀ ଖାଦ୍ୟ, ରୋଗ ପ୍ରତିରୋଧକ ଖାଦ୍ୟ ଆଦି ଉପରେ ଆଲୋଚନା କରାଯାଉଛି । ମାଁ କ୍ଷୀରର ଉପାଦେୟତା, ଛତୁଆର ଗୁଣବା ଉପରେ ଆଲୋଚନା କରି ଉପଯୁକ୍ତ ଖାଦ୍ୟପେୟ ହó ଅପପୃଷ୍ଟି ରୋକିବାରେ ସହେଯାଗୀ ହୋଇପାରିବ ବୋଲି ସ୍ପ୍ରେଡର ବ୍ଲକ ସଂେଯାଜିକା କସ୍ତୁରୀବାଲା ସାମଲ, ସଂେଯାଜକ କୁନାଲ ଚରଣ ବେହେରା, ପାୟତ ସଂେଯାଜକ ଦେବେନ୍ଦ୍ର ଭିତ୍ରିଆ, ଦୀନବନ୍ଧୁ ଛତ୍ରୀଆ, କ୍ଷୀରସିନ୍ଧୁ ସଗରିଆ, ଦୟାରାମ ତାଣ୍ଡି, ସମୀକ୍ଷା ସାଥି ଇନ୍ଦୁମତୀ ବେହେରା, ଅଞ୍ଜନା ସଗରିଆ ପ୍ରମୁଖ ଲୋକଙ୍କୁ ବୁଝାଇଥିଲେ । ଗ୍ରାମ୍ୟ ବୈଠକ, ର୍ୟାଲୀ, ପାଲା ଆଦି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଗର୍ଭବତୀ ଓ ପ୍ରସୂତୀଙ୍କ ଘରେ ସଜନା ଓ ଅମୃତଭଣ୍ଡା ଗଛ ରୋପଣ କରାଯାଇଥିଲା ।