
ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ମୋଡେଲ ଡିଗ୍ରୀ କଲେଜ ପରିସର ମଧ୍ୟରେ ଖଡିଆଳ ପୋଲିସ ତରଫରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନାଧିକାରୀ କୈଲାସ ଚନ୍ଦ୍ର ସେଠୀଙ୍କ ନେତୃତ୍ବରେ ଅନୁଷ୍ଠିତ ଚାରାରୋପଣ କାର୍ଯ୍ୟକ୍ରମରେ ଖଡିଅଳ ଏସଡିପିଓ ବିରô ନାରାୟଣ ଦେହୁରୀ, ଖଡିଆଳ ମୋଡେଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡଃ ମଧୁସୂଦନ ସାହୁ, ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଭୁବନେଶ୍ବର ମୁଦୁଲୀ, ଡଃ ବିଜୟ କୁମାର ଦେ, ସୌମ୍ୟ ରଞ୍ଜନ ସିଂ, ପ୍ରିତିସ୍ବପ୍ନା ପ୍ରଧାନ, ରାନୁ କିସ୍କୁ ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କରାଯାଇଥିଲା । ବିଶେଷକରି ଆମ୍ବ, ପଣସ, ପିଜୁଳୀ, ଅଁଳା, କାଜୁ, ନିମ୍ବ ପ୍ରଭୃତି ଶତାଧିକ ଚାରାରୋପଣ କରି ଏହାର ଯନô ନେବାକୁ ସପଥ ନେଇଥିଲେ । ଏଥିରେ ଛାତ୍ର ରୋଶନ ପଣ୍ଡା, ଗୌରବ ସିଂବାରିକ, ଶୁଭେନ୍ଦୁ ମହାଉତୀ ସମେତ କଲେଜର ଶତାଧିକ ଛାତ୍ରଛାତ୍ରୀ ଏବଂ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।