
ଭଦ୍ରକ – ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଦରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ବିଭିନ୍ନ େଯାଜନା ପ୍ରଣୟନ କରୁଛନ୍ତି। ମାତ୍ର କେତେକ ଅସାଧୁ ଅଧିକାରୀ ଓ ରାଜନେତାଙ୍କ ମଧୁଚନ୍ଦ୍ରିକାରେ ତାହା କିଭଳି ଫସର ଫାଟୁଛି, ଏହାର ଏକ ନଜିର ଦେଖôବାକୁ ମିଳିଛି ଚାନ୍ଦବାଲି ବ୍ଲକ୍ରେ। ଦିନେ ନୁହେଁ କି ବର୍ଷେ ନୁହେଁ ଦୀର୍ଘ ୫ ବର୍ଷ ଧରି ପଲିଥିନି ଢଙ୍କା ଝାଟିମାଟିର ଏକ ନୁଆଣିଆ ଚାଳଘରେ ମୁଣ୍ଡ ଗୁଂଜିଛନ୍ତି ନରେନ୍ଦ୍ରପୁର ପଂଚାୟତ ନାୟକସାହିର ଅକ୍ଷୟ ପଣ୍ଡା ଓ ତାଙ୍କର ପରିବାର। ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖôବାକୁ ମିଳିବ ଏହି ଚାଳଛପର ଘରେ। ଘରଟିକୁ ଦେଖôଲେ େଯକୌଣସି ବ୍ୟକ୍ତିର ହୃଦୟ ଦ୍ରବୀଭୂତ ହେବ। ତେବେ ଏଭଳି ଜଣେ େଯାଗ୍ୟ ହିତାଧିକାରୀଙ୍କୁ କାହóକି ସରକାରଙ୍କ ଆବାସ େଯାଜନାରେ ସାମିଲ କରାଯାଇନାହó, ତାହା ସମସ୍ତଙ୍କୁ ଚକିତ କରିଛି। ପ୍ରତିବର୍ଷ ବର୍ଷାଦିନ ଆସିଲେ ଏହି ପରିବାର ଉପରେ ଦୁଃଖର ପାହାଡ ମାଡି ପଡେ। ଅଧିକାଂଶ ଦିନରେ ଘରେ ଚୁଲି ଜଳେନି। ପରିବାରକୁ ଭଲରେ ଆହାର ଗଣ୍ଡେ ଦେବାପାଇଁ ଅକ୍ଷୟଙ୍କର ସାମର୍ଥ୍ୟ ନାହó। ତେଣୁ ଆବାସଟିଏ ଗଢିବା ତାଙ୍କ ପାଇଁ ଦିବା ସ୍ବପ୍ନ। ତେବେ ଅକ୍ଷୟ ନିଜର ସ୍ବଳ୍ପ ଆୟରେ ଦୁଇଟି ପିଲାଙ୍କୁ ଉଚ୍ଚଶିକ୍ଷା ଦେଉଛନ୍ତି। ପରିବାର କହିଲେ ତାଙ୍କର ପତ୍ନୀ, ପୁଅ ଓ ଝିଅଙ୍କ ସହ ବୃଦ୍ଧା ମା’ଟିଏ। ଭଦ୍ରକର ଏକ ମନ୍ଦିରରେ ପୂଜାପାଠ କରି ଯାହା ରୋଜଗାର ହୁଏ, ସେଥିରେ ଚାରିପ୍ରାଣୀ କୁଟୁମ୍ବ କୌଣସି ମତେ ଚଳିଯାଆନ୍ତି। ଜମିଜମା ନଥିବାରୁ କେବଳ ଏହି ପୁରୋହିତ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି ସେ। ଘରଡିହ କହିଲେ ନରେନ୍ଦ୍ରପୁର ପଂଚାୟତର ନାୟକସାହିର ୬ ଡିସିମିଲ୍ ଘରଡିହରେ ଏହି ଭଂଗାଚାଳ ଛପର ଘର। ସେଥିରେ ପୁଣି ଅନ୍ୟ ଦୁଇଭାଇଙ୍କ ଭାଗ ରହିଛି। ସେହି ସ୍ବଳ୍ପ ଆୟରୁ ୨ଟି ପିଳାଙ୍କୁ ଉଚ୍ଚଶିକ୍ଷା ଦେବାରେ କମ୍ କରିନାହାଁନ୍ତି ଅକ୍ଷୟ। ମାତ୍ର ଆବାସ େଯାଜନାରେ ଘର ଖଣ୍ଡେ ପାଇଁ ସେ ବ୍ଲକ୍ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ରାଜନେତାଙ୍କୁ ଗୁହାରି କରି ଶେଷରେ ନିରାଶ ହୋଇଛନ୍ତି। ତାଙ୍କର ଘରଟିଏ ନିହାତି ଆବଶ୍ୟକ ଥିବାବେଳେ ୨ ପିଲାଙ୍କୁ ପାଠ ପଢାଇବା ବୋଝ ଉପରେ ଲଳିତା ବିଡା ପରି ଲଦା ହୋଇଛି। ସରକାରୀ ସହାୟତା କହିଲେ ଖାଦ୍ୟ ସୁରକ୍ଷା େଯାଜନାରେ ମାସକୁ ୨୦ କିଲୋ ଚାଉଳ ପାଉଛନ୍ତି। ଏପରି ସ୍ଥିତିରେ ନିଜସ୍ବ ଆୟରେ ଆବାସଟିଏ ତିଆରି କରିବା ତାଙ୍କ ପାଇଁ ସମ୍ଭବ ନୁହେଁ। ଏଣୁ ଯଦି ଜଣେ େଯାଗ୍ୟ ହିତାଧିକାରୀ ଆବାସ େଯାଜନାରେ ଘରଟିଏ ପାଇଁ ତଳସ୍ତରରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଉଛି, ତେବେ ଅେଯାଗ୍ୟ ହିତାଧିକାରୀଙ୍କୁ ଏହି େଯାଜନାର ଘର େଯାଗାଉଛି କିଏ! ସରକାର ଯଦି ମାଳ ମାଳ େଯାଜନା ପ୍ରସ୍ତୁତ କରି ବାହା ବାହା ନେଉଛନ୍ତି, ତେବେ ସେହି େଯାଜନା ସଠିକ୍ ଭାବେ ଲୋକଙ୍କ ପାଖରେ ପହôୁଛିକି ନାହó ତାହାର ତଦନ୍ତ କରାଯାଉନାହó କାହóକି। ଏଥିପାଇଁ ଦାୟୀ ଜନପ୍ରତିନିଧି ନା ପ୍ରଶାସନ। ଏ ସଂପର୍କରେ ତିହିଡି ବ୍ଲକ୍ର ଭାରପ୍ରାପ୍ତ ବିଡିସ ଦୀପକ କୁମାର ରାଉତଙ୍କ ସହ େଯାଗାେଯାଗ କରାଯିବାରେ ସେ ପଂଚାୟତ ଅଧିକାରୀଙ୍କ ମାଧ୍ଯମରେ ତଦନ୍ତ କରିବା ପରେ ଖୁବ୍ କମ୍ ଦିନ ମଧ୍ଯରେ ଅକ୍ଷୟଙ୍କୁ ଆବାସ େଯାଜନାର ଘରଟିଏ େଯାଗାଇ ଦିଆଯିବ ବୋଲି ଗଣମାଧ୍ଯମକୁ କହିଛନ୍ତି।