
ଭଦ୍ରକ – ଗତକାଲି ରାତିରେ ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ମିର୍ଜାପୁରରେ ପୁଣି ଏକ ନକଲି ଜଦ୍ର୍ଧା କାରଖାନା ଠାବ କରାଯାଇଛି। ଏବଂ ଏକ ବାଇକ୍ ସହ ଜଣକୁ ପୁଲିସ୍ ଗିରଫ କରିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଦୀର୍ଘବର୍ଷ ଧରି ଭଦ୍ରକ ସହରର ପୁରୁଣାବଜାର-ଚନ୍ଦନବଜାର ଅଂଚଳ ନକଲି ଜଦ୍ର୍ଧା ବ୍ୟବସାୟୀଙ୍କର ଭୂସ୍ବର୍ଗ ପାଲଟିଛି। ଗତ ୨ ବର୍ଷ ମଧ୍ଯରେ ଏହି ଅଂଚଳରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ନାମୀଦାମୀ କଂପାନୀର ନକଲି ଜଦ୍ର୍ଧା, ତିଆରି ସାମଗ୍ରୀ ଓ ମେସିନ୍ ଜବତ ହୋଇଆସୁଥିଲେ ମଧ୍ଯ ତାହା ଥମିନାହó। ତେବେ କୌଣସି ସୂତ୍ରରୁ ଖବର ପାଇ ଆଜି ପୁରୁଣାବଜାର ଥାନା ପୁଲିସ୍ ମିର୍ଜାପୁରରେ ଚଢାଉ କରିଥିଲା। ଏବଂ ସେକ୍ ବବୁଲ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲା। ପୁଲିସ୍ ଉକ୍ତ ସ୍ଥାନରୁ ବିପୁଳ ପରିମାଣର ନକଲି ଜଦ୍ର୍ଧା ଖୋଳ, ଲୋଗୋ, ନକଲି ଜଦ୍ର୍ଧା ଓ ଯନ୍ରପାତି ଜବତ କରିଛି। ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଚଳାଇଛି।