
ଭଦ୍ରକ – ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ୨୭ ନଂ ଓ୍ବାର୍ଡ କାଜିମହଲା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଟି ପରିବାର ସର୍ବସ୍ବାନ୍ତ ହୋଇଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଚୂଲି ନିଆଁରୁ ଏହି ଅଭାବନୀୟ ଘଟଣା ଘଟିଥିଲା। ଏହି ଅଗ୍ନିକାଣ୍ଡରେ କାଜିମହଲା ଗ୍ରାମର ଏହେସାନ ଖାଁ, ମୁସ୍ତାଜିମ୍ ଖାନ୍ ଓ ମୁସ୍ତାଫା ଖାନ୍ଙ୍କ ଘର ସଂପୂର୍ଣ୍ଣ ଜଳିଯାଇଥିବାବେଳେ ଖବର ପାଇ ଚରµାରୁ ୨ଟି ଦମକଳ ପହôଥିଲେ ମଧ୍ଯ ସେତେବେଳକୁ ସବୁକିଛି ପୋଡି ଧ୍ବଂସ ହୋଇଥିଲା। ତେବେ ଅଗ୍ନି ପୀଡିତାମାନେ ଅତ୍ୟନ୍ତ ଦରିଦ୍ର ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା େଯାଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।