
ଭଦ୍ରକ- ଗରିବ ଓ ଦୁସ୍ଥ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା େଯାଗାଇ ଦେବା ଲକ୍ଷ୍ୟରେ ସରକାର ବିଭିନ୍ନ େଯାଜନା ପ୍ରଣୟନ କରିଛନ୍ତି। େଯମିତି କି ପରିବେଶ ପାଇଁ କାୟାକଳ୍ପ ଠାରୁ ଆରମ୍ଭ କରି ମାଗଣା ଔଷଧ ଓ ଔଷଧ କ୍ଷେତ୍ରରେ ନିରାମୟ େଯାଜନା। ଏବଂ ଏସବୁ େଯାଜନାର ସଠିକ୍ ତଦାରଖ ପାଇଁ ନିକଟରେ ୫-ଟି ଲାଗୁ ହୋଇଛି। ଏହା ପ୍ରଣୟନ ପରେ ରାଜ୍ୟର ସମସ୍ତ ଚିକିସôାଳୟ ଏବେ ଚଳଚଳ ହୋଇପଡିଛି। ମାତ୍ର ଭଦ୍ରକ ମୁଖ୍ୟ ଚିକିସôାଳୟରେ ଏହାର ବ୍ୟତିକ୍ରମ ଦେଖôବାକୁ ମିଳିଛି। ୨୪ ଘିଆ ନିରାମୟ ଔଷଧ ବିତରଣ କେନ୍ଦ୍ରଟି ରାତିରେ ବନ୍ଦ ରହୁଛି। ଯାହା ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଛି। ଏଠାରେ ସୂଚନାେଯାଗ୍ୟ ଏହି ଡାକ୍ତରଖାନା ଉପରେ କେବଳ ଭଦ୍ରକ ଜିଲା ନୁହେଁ ପଡୋଶୀ ବାଲେଶ୍ବର, କେନ୍ଦୁଝର, ଯାଜପୁର ଭଳି ବହୁ ଜିଲାବାସୀ ନିର୍ଭର କରିଥାନ୍ତି। ଅନୁରୂପ ଏହା ୧୬ନଂ ଜାତୀୟ ରାଜପଥ ପାଶ୍ର୍ବରେ ଅବସ୍ଥିତ ଥିବାରୁ ପ୍ରତିଦିନ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀକାଳୀନ ବ୍ୟକ୍ତିମାନେ ଏହାକୁ ନିଜର ମାଧ୍ଯମ ଭାବେ ବ୍ୟବହାର କରିଆସୁଛନ୍ତି। ତେବେ ୫-ଟି େଯାଜନା ପରେ ଏହି ଚିକିସôାଳୟଟିରେ ଅନେକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି। କୋଟି କୋଟି ଟଙ୍କାର ଅତ୍ୟାଧୁନିକ ଯନ୍ରାଂଶ ଆସଛି, ମାତ୍ର ତାହାର ସଦୁପେଯାଗ କରିବା ପାଇଁ କୌଣସି ଟେକ୍ନିସିଆନ କିମ୍ବା ଡାକ୍ତର ନାହାଁନ୍ତି। ଦୁଃଖର ବିଷୟ ଗତ ୩ ଦିନ ଧରି ଏଠାରେ ଥିବା ନିରାମୟ େଯାଜନାର ଔଷଧ ବିତରଣ କେନ୍ଦ୍ର ରାତିରେ ବନ୍ଦ ରହୁଛି। ଫଳରେ ରାତ୍ରିକାଳୀନ ରୋଗୀମାନେ ନାହó ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସଂପର୍କରେ ଜିଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧି ଦୃଷ୍ଟି ଦେବା ଜରୁରୀ ବୋଲି ସାଧାରଣରେ ଦାବି ହୋଇଛି।