
ମାଲକାନଗିରି- ବର୍ତମାନ ସମାଜରେ ସ୍ୱାମୀର ଅନ୍ୟ କୋଣସି ମହିଳା ସହ ପ୍ରେମ ସମ୍ପର୍କ ଥିବା ଜାଣିଲେ ସ୍ତ୍ରୀ ଏହା ସହ୍ୟ କରିପାରିନଥାଏ !ଏହାକୁ ନେଇ ସବୁବେଳେ ଘରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥାଏ !କୋଣସି ସ୍ତ୍ରୀ କେବେ ବି ନିଜ ପାଇଁ ସଉତୁଣୀ ଆଣିବାକୁ ଇଚ୍ଛା କରିନଥାଏ !କିନ୍ତୁ ନିଜ ସ୍ୱାମୀ ର ପ୍ରେମିକା ସହ ବିବାହ କରାଇ ଜଣେ ସ୍ତ୍ରୀ ନିଜ ପାଇଁ ଘରକୁ ସଉତୁଣୀ ଆଣିବା ଘଟଣା ମାଲକାନଗିରି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚା ର ବିଷୟ ପାଲଟିଛି ! ଏହାକୌଣସି ଚଳଚ୍ଚିତ୍ର କାହାଣୀ ନୁହେଁ !ଏହା ହେଉଛି ଏକ ବାସ୍ତବ ଘଟଣା । ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲ୍ଲୀ ନିବାସୀ ଆଇତି ମାଡକାମୀ ଙ୍କର ନିଜ ଗ୍ରାମର ରାମ କବାସୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ତେବେ ରାମ କବାସୀ ବିବାହିତ ହୋଇଥିବାରୁ ହୋଇ ପାରୁ ନଥିଲା ଦୁହିଁଙ୍କ ବିବାହ ।ତେବେ ଘଟଣା ସେତେବେଳେ ଭିନ୍ନ ମୋଡ ନେଇଥିଲା ଯେତେବେଳେ ରାମ କବାସୀଙ୍କ ପତ୍ନୀ ଗାୟତ୍ରୀ ଏହି ଘଟଣା ବିଷୟରେ ଜାଣି ପାରିଥିଲେ । ଗାୟତ୍ରୀ ନିଜେ ସ୍ୱାମୀ ରାମ ଏବଂ ଆଇତିଙ୍କ ବିବାହ କରିବାକୁ ଅଣ୍ଟା ଭିଡିଥିଲେ । ହିନ୍ଦୁ ରୀତିନୀତି ଅନୁସାରେ ସେ ସ୍ୱାମୀ ଓ ତାଙ୍କ ପ୍ରେମିକାଙ୍କ ବାହାଘର କରାଇଛନ୍ତି । ସ୍ଥାନୀୟ ସିଦ୍ଧେଶ୍ୱର ମନ୍ଦିରରେ ସ୍ୱାମୀର ହାତ ନିଜ ପ୍ରେମିକା ହାତକୁ ଟେକିଦେଇଛନ୍ତି ଗାୟତ୍ରୀ କବାସୀ। ପ୍ରେମିକା ସହ ବାହା କରାଇ ଗାୟତ୍ରୀ ଅନ୍ୟ ମାନ ଙ୍କ ପାଇଁ ଉଦା ହରଣ ସୃଷ୍ଟି କରିଥିବାବେଳେ ଉଭୟ ସଉତୁଣୀ ଭାବେ ନୁହେ ଭଉଣୀ ଭାବେ ଚଳିବୁ ବୋଲି ପ୍ରକାଶ କରିଥିଲେ !