ଝାରସୁଗୁଡା :ଗାନ୍ଧିଛକ ନୂଆଁଡ଼ିହି ସରାଫ ଅଳଙ୍କାର ଦୋକାନ ରୁ ବନ୍ଧୁକ ମୁନରେ ହୋଇଥିବା ଡକାୟତି ଘଟଣାରେ ତିନିଜଣ ଓ ବେଳପାହାଡ଼ ଏକ୍ସିସ ବ୍ୟାଙ୍କ ଡକାୟତି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଆନ୍ତରାଜ୍ୟ ଡାକାୟତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଉତ୍ତରାଞ୍ଚଳ ଡିଆଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି।।ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଜି ଏହି ସୂଚନା ଦେଇ କହିଛନ୍ତି ଯେ, ଅଳଙ୍କାର ଦୋକାନ ଡକାୟତି ଘଟଣାରେ ଅମର ବର୍ମା(୩୦),ସୁରେନ୍ଦ୍ର ଚୌଧୁରୀ(୨୮)ଓ ଚୋରୀ ଅଳଙ୍କାର କିଣିବା ଅଭିଯୋଗ ରେ ଝାଡ଼ଖଣ୍ଡ ରାଜ୍ୟ ହଜାରିବାଗ ଜିଲ୍ଲା ସିବାଡ଼ିହି ଗ୍ରାମର କୂଳଦିପ ସୋନି(୩୦)କୁ ଗିରଫ କରି ସେମାନଙ୍କ ନିକଟରୁ ଗୋଟିଏ ଦେଶି ପିସ୍ତଲ,୪ ଟି ଜୀବନ୍ତ ଗୁଳି,ଦୁଇଟି ଖୋକା,ଡକାୟତି ରେ ବ୍ୟବହୃତ ଓଆର ୨୩- ଏଫ ୩୮୯୪ ମୋଟର ସାଇକେଲ, ଦୁଇଟି ମୋବାଇଲ, ଗୋଟିଏ ସୁନା ଚେନ,ଦୁଇ କେଜି ଓଜନ ର ରୁପା ଅଳଙ୍କାର ସହ ଇମିଟେସନ ଅଳଙ୍କାର ଜବତ କରାଯାଇଛି।ଗିରଫ ଅପରାଧୀ ମାନେ ଆଉ କେତେ ମାମଲାରେ ଜଡିତ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି ବୋଲି ଡିଆଜି କହିଛନ୍ତି।ବ୍ରଜରାଜନଗର ଥାନା କେଶ ନମ୍ବର ୨୭୭/୧୯ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।ଗତ ୧୫ ତାରିଖ ସନ୍ଧ୍ୟା ୬ଟା ୧୫ ମିନିଟରେ ନୂଆଁଡ଼ିହି ଠାରେ ଥିବା ସରାଫ ଅଳଙ୍କାର ଦୋକାନ କୁ ଅଭିଯୁକ୍ତ ଅମର ଓ ସୁରେନ୍ଦ୍ର ଭିତରକୁ ଯାଇ ବନ୍ଧୁକ ମୁନରେ ଡକାୟତି କରି ଫେରାର ହୋଇ ଯାଇଥିଲେ । ଦୋକାନ ମାଲିକ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଘଟଣା ର ତଦନ୍ତ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅପରାଧୀ ମାନଙ୍କୁ ଗିରଫ କରାଯାଇଛି।
ସେହିପରି ଗତ ସେପ୍ଟେମ୍ବର ମାସ ୪ ତାରିଖରେ ବେଳପାହାଡ଼ ଏକ୍ସିସ ବ୍ୟାଙ୍କ ରୁ ସ୍ୱଷ୍ଟ ଦିବାଳକ ରେ ବନ୍ଧୁକ ମୁନରେ ହୋଇଥିବା ୧୧ ଲକ୍ଷ୍ୟ ଟଙ୍କା ଡକାୟତି ଘଟଣାରେ ପୂର୍ବରୁ ନିରଜ ଠାକୁର ନାମକ ଜଣେ ଅପରାଧୀ ଗିରଫ ହୋଇ ଝାରସୁଗୁଡ଼ା ଉପ କାରାଗାର ରେ ବିଚାର ଧିନ ବନ୍ଦୀ ଭାବେ ଥିବା ବେଳେ ଏହି ଘଟଣାରେ ସୁନ୍ଦରମ ଠାକୁର ମୁଜାଫର ପୁର ଜେଲ ରେ ଅଛି।ସୁମନ୍ତ ସିଂହ(୨୨)ନାମକ ଅନ୍ୟ ଜଣେ ଅପରାଧୀ କୁ ଆଜି କୋର୍ଟ ଚାଲାଣ କରାଯାଇଛି।ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଚାରିଜଣ ଏବେବି ଫେରାର ଅଛନ୍ତି ଓ ସେମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଶ୍ୱିନୀ ମହାନ୍ତି, ଅତିରିକ୍ତ ଏସପି ନୃପ ଚରଣ ଡ଼ନସନା ଓ ବ୍ରଜରାଜନଗର ଏସଡ଼ିପିଓ ଦିଲିପ ଦାସ ଉପସ୍ଥିତ ଥିଲେ।
Related Stories
November 24, 2024
November 24, 2024