କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଚଳିତ ବର୍ଷର ପ୍ରକାଶିତ ସି ବି ଏସ ଇ ଦଶମ ପରୀକ୍ଷା ଫଳରେ ପୁରୀ ଜିଲ୍ଲା ଉତ୍କର୍ଷତା ଦେଖାଇ ସାରା ରାଜ୍ୟ ରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇଅଛି। ପୁରୀ ଜିଲ୍ଲା ମଦର୍ସ ପବ୍ଲିକ ସ୍କୁଲ, ଗୋରୁଆଳ ର ଛାତ୍ରୀ ଟିନା ରଥ ଶତ ପ୍ରତିଶତ (୫୦୦ ରୁ ୫୦୦) ନମ୍ବର ରଖି ରାଜ୍ୟ ତଥା ଦେଶରେ ପୁରୀ ଜିଲ୍ଲା ର ନାମ କୁ ନମ୍ବର ୧ ରେ ପ୍ରତିପାଦନ କରିଛନ୍ତି । ଏହି ଉତ୍କର୍ଷତା ପାଇଁ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଛାତ୍ରୀ ଟିନା ଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ମାତା ରେଣୁପ୍ରଭା ଦାଶ ଓ ପିତା ସମୀର କୁମାର ରଥ ଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଉକ୍ତ ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀ ଏନ ତିରୁମାଲା ନାୟକ, ଜିଲ୍ଲା ଶିକ୍ଷଧିକାରୀ ଦୀପକ କୁମାର ପାଢ଼ୀ ଉପସ୍ଥିତ ଥିଲେ।ଏହି ଉତ୍କର୍ଷତା ପାଇଁ ପୁରୀ ଜିଲ୍ଲାର ନାମ ରଖି ଥିବାରୁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅଭିନନ୍ଦନ ଦେବା ସହିତ ଛାତ୍ରୀ ଟିନା ର ଭବିଷ୍ୟତ ଉତ୍ତୋରୋତ୍ତର ଉନ୍ନତି କାମନା କରିଛନ୍ତି।
