
ନୂଆଦିଲ୍ଲୀ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୦୯ -୧୦ ମସିହାରୁ ଶିଶୁ ମାନଙ୍କର କଲ୍ୟାଣ ତଥା ପୁନଃଥଇଥାନ ନିମନ୍ତେ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା “ମିଶନ୍ ବାତ୍ସଲ୍ୟ” କାର୍ଯ୍ୟକାରୀ କରୁଛନ୍ତି । ଏହା ପୂର୍ବରୁ ଶିଶୁ ସୁରକ୍ଷା ସେବା (ସିପିଏସ୍) ଯୋଜନା ଥିଲା । ମିଶନ ବାତ୍ସଲ୍ୟର ଉଦେ୍ଦଶ୍ୟ ହେଉଛି, ଦେଶର ପିଲା ମାନଙ୍କ ପାଇଁ ସ୍ଥାୟୀ ଭିତିରେ ଏକ ସୁସ୍ଥ ଏବଂ ସୁଖମୟ ପିଲାଦିନ ସୁନିଶ୍ଚିତ କରିବା, ପୂର୍ଣ୍ଣ ସାମର୍ଥ୍ୟକୁ ଆବିଷ୍କାର କରିବା ନିମନ୍ତେ ସେମାନଙ୍କୁ ସୁଯୋଗ ପ୍ରଦାନ କରିବା ଏବଂ ସେମାନଙ୍କୁ ସବୁ ପ୍ରକାର ଅଭିବୃଦ୍ଧି ନିମନ୍ତେ ସହାୟତା ପ୍ରଦାନ କରିବା । ଶିଶୁ ମାନଙ୍କର ବିକାଶ ନିମନ୍ତେ ଏକ ସମ୍ବେଦନଶୀଳ , ସହାୟକ, ଏବଂ ସମକାଳୀନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା, କିଶୋର ନ୍ୟାୟ ଅଧିନିୟମ, ୨୦୧୫ର ଜନାଦେଶକୁ ସମ୍ପୂର୍ଣ୍ଣ କରିବାରେ ରାଜ୍ୟ ମାନଙ୍କୁ/ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କୁ ସହାୟତା କରିବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍ଡିଜି)କୁ ପ୍ରାପ୍ତ କରିବା ଆଦି ମଧ୍ୟ ଏହି ମିଶନରେ ଅନ୍ତର୍ଭୁକ୍ତ । ମିଶନ ବାତ୍ସଲ୍ୟ କଠିନ ପରିସ୍ଥିତି ଗୁଡିକରେ ଶିଶୁ ମାନଙ୍କର ପରିବାର – ଆଧାରିତ ଓ ଅଣ – ଆନୁଷ୍ଠାନିକ ଯନôକୁ ପ୍ରୋତ୍ସାହିତ କରିଥାଏ ।
ମିଶନ ବାତ୍ସଲ୍ୟ ଅଧୀନରେ ଆଇନ୍ ଗତ ସଂସ୍ଥା ଗୁଡିକର କାର୍ଯ୍ୟରେ ସଂସ୍କାର ଆଣିବା; ସେବା ବିତରଣ ସଂରଚନା ଗୁଡିକୁ ସୁଦୃଢ଼ କରିବା; ଉଚ୍ଚ ସ୍ତରର ସଂସ୍ଥାଗତ ଯନô / ସେବା ସମୂହ; ଅଣ – ଆନୁଷ୍ଠାନିକ ସମୁଦାୟ ଆଧାରିତ ଯନôକୁ ପ୍ରୋତ୍ସାହିତ କରିବା; ଜରୁରୀକାଳୀନ ସହାୟତା ସେବା ସମୂହ, ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ଆଦି ଅନ୍ତର୍ଭୁକ୍ତ ।
ସମସ୍ତ ରାଜ୍ୟ/ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମନ୍ତ୍ରଣାଳୟ ସହିତ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ମିଶନ ବାତ୍ସଲ୍ୟକୁ କେନ୍ଦ୍ର ପ୍ରାୟୋଜିତ ଯୋଜନା ରୂପରେ କେନ୍ଦ୍ର ଏବଂ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ସରକାର ମାନଙ୍କ ମଧ୍ୟରେ ନିର୍ଦ୍ଧାରିତ ଖର୍ଚ୍ଚ ବଂଟନ ଅନୁପାତ ଆଧାରରେ ଲାଗୁ କରାଯିବ ।
ମନ୍ତ୍ରଣାଳୟ ମିଶନ ବାତ୍ସଲ୍ୟ ଯୋଜନାର ବିସ୍ତୃତ ନିଦେ୍ର୍ଦଶାବଳୀ ଜାରି କରିଛି ଏବଂ ନିଦେ୍ର୍ଦଶାବଳୀର ବିତୀୟ ମାନଦଣ୍ଡ ଗୁଡିକର ଆଧାର ଉପରେ ମିଶନ ବାତ୍ସଲ୍ୟ ଯୋଜନା ଅନୁସାରେ ରାଜ୍ୟ ସରକାର ମାନଙ୍କୁ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ପ୍ରଶାସନକୁ ୨୦୨୨- ୨୩ ନିମନ୍ତେ ନିଜର ବିତୀୟ ପ୍ରସ୍ତାବ ଏବଂ ଯୋଜନା ଗୁଡିକୁ ପ୍ରସ୍ତୁତ କରିବା ନିମନ୍ତେ କୁହାଯାଇଛି । ମିଶନ ବାତ୍ସଲ୍ୟ ଯୋଜନାର ମାନଦଣ୍ଡ ୦୧ ଏପ୍ରିଲ୍, ୨୦୨୨ରୁ ଲାଗୁ ହେବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO