ନୂଆଦିଲ୍ଲୀ/ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ସରକାରଙ୍କ ଦ୍ୱାରା ଆଇଡିବିଆଇ ବ୍ୟାଙ୍କରେ ୪,୫୫୭ କୋଟି ଟଙ୍କା ପୁଞ୍ଜି ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି ।
ଏହାଫଳରେ ଆଇଡିବିଆଇ ବ୍ୟାଙ୍କ ସୁଦୃଢ଼ ହେବ ଓ ଏହି ବ୍ୟାଙ୍କ ଲାଭ କରିବା ତଥା ସାମାନ୍ୟ ଋଣ ପ୍ରଦାନ କରିବାରେ ସମର୍ଥ ହେବ । ସରକାରଙ୍କ ପାଖରେ ସଠିକ ସମୟରେ ନିବେଶ ଅସୁଲ କରିବାର ବିକଳ୍ପ ମଧ୍ୟ ଉପଲବ୍ଧ ହେବ ।
ଆଇଡିବିଆଇ ବ୍ୟାଙ୍କ ଜୁନ ୨୦୧୮ର ୧୮.୮ ପ୍ରତିଶତ ଏନପିଏକୁ ଜୁନ ୨୦୧୯ରେ ୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାରେ ମହତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ଏହାର ଅଂଶ ଧାରକ ମାନଙ୍କଠାରୁ ଏହା ପାଇଁ ପୁଞ୍ଜି ପ୍ରାପ୍ତ କରାଯିବ । ଏଲଆଇସି ୫୧ ପ୍ରତିଶତ ସ୍ତରରେ ରହିଛି ଏବଂ ଏହାକୁ ବୀମା ନିୟାମକ ଦ୍ୱାରା ଉଚ୍ଚତର ସ୍ତରରେ ପହଂଚିବାର ଅନୁମତି ପ୍ରଦାନ କରାଯାଇ ନାହିଁ । ଆବଶ୍ୟକ ୯,୩୦୦ କୋଟି ଟଙ୍କାରୁ, ଏଲଆଇସି ୫୧ ପ୍ରତିଶତ ଧନରାଶି (୪,୭୪୩ କୋଟି ଟଙ୍କା) ପ୍ରଦାନ କରିବ । ଅବଶିଷ୍ଟ ୪୯ ପ୍ରତିଶତ ଧନରାଶି (୪,୫୫୭ କୋଟି ଟଙ୍କା) ଏକକାଳୀନ ସରକାରଙ୍କ ତରଫରୁ ପ୍ରଦାନ କରାଯିବାର ପ୍ରସ୍ତାବ ରହିଛି ।
ଏହି ନିବେଶ ବ୍ୟତୀତ, ଆଶା ରହିଛି କି ଆଇଡିବିଆଇ ବ୍ୟାଙ୍କ ଏହାର ନିଜସ୍ୱ ଦମରେ ଅଧିକ ପୁଞ୍ଜି ଜୁଟାଇବାରେ ସକ୍ଷମ ହେବ ଏବଂ ଆଗାମୀ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କର ତୁରନ୍ତ ସୁଧାରାତ୍ମକ କାର୍ଯ୍ୟକ୍ରମ (ପିସିଏ)ରୁ ମଧ୍ୟ ମୁକ୍ତ ହୋଇ ପାରିବ । ଏହି କେସ ନ୍ୟୁଟ୍ରାଲ ପୁଞ୍ଜି ପ୍ରବାହ ରିକ୍ୟାପ ବ୍ରାଣ୍ଡ ଅର୍ଥାତ ସରକାରଙ୍କ ଦ୍ୱାରା ପୁଞ୍ଜି ପ୍ରବାହ ଏବଂ ସେହି ଦିନ ସରକାରଙ୍କ ଠାରୁ ବ୍ୟାଙ୍କ ଦ୍ୱାରା ରିକ୍ୟାପ ବ୍ରାଣ୍ଡର କ୍ରୟ ମାଧ୍ୟମରେ କରାଯିବ । ଏହାଦ୍ୱାରା ଲିକ୍ୟୁଡିଟି ଅଥବା ଚଳିତ ବର୍ଷର ବଜେଟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ ।