ଭୁବନେଶ୍ୱର – ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବାଳକାଟିସ୍ଥିତ ନିର୍ମାଣ କମ୍ପେ୍ଲକ୍ସଠାରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ଏକ ବ୍ଲକସ୍ତରୀୟ ପ୍ରସ୍ତୁତିି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସର୍ବସମ୍ମତି କ୍ରମେ ବାପୁଙ୍କ ୧୫୦ତମ ଜୟନ୍ତୀ କମିଟି ବାଲିଅନ୍ତା ବ୍ଲକ ନାମରେ ନୂତନ ଭାବେ ଗଠନ କରାଯାଇଛି । ଏହି କମିଟିରେ ଆବାହକ ଭାବେ ସନ୍ତୋଷ କୁମାର ସେନାପତି, ସଭାପତି ବିଧୁଭୂଷଣ ପଟ୍ଟନାୟକ, ଉପସଭାପତି ଅକ୍ଷୟ ବେହେରା, ସମ୍ପାଦକ ସିଦେ୍ଧଶ୍ୱର ମହାନ୍ତି, ଯୁଗ୍ମ ସମ୍ପାଦକ ନାରାୟଣ ବେହେରା, କାର୍ଯ୍ୟକାରୀ ସମ୍ପାଦକ ଦୀନବନ୍ଧୁ ଭୋଇ, କାର୍ଯ୍ୟକାରୀ ସଂଯୋଜକ ଭାବେ ରଞ୍ଜନ କୁମାର ମହାପାତ୍ର ଚୟନ କରାଯାଇଥିଲା । ଏହି ବୈଠକରେ ବାଲିଅନ୍ତା ବ୍ଲକର ୨୦ରୁ ଉଦ୍ଧ୍ୱର୍ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ କମିଟି ବ୍ଲକସ୍ତରୀୟ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ, ବୃକ୍ଷରୋପଣ, ସାଇକେଲ୍ ଶୋଭାଯାତ୍ରା ଏବଂ ବ୍ଲକସ୍ତରୀୟ ସମାଜସେବୀ, ଶିକ୍ଷାବିତ୍ ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ।