![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ନୂଆଦିଲ୍ଲୀ, କିମ୍ବଦନ୍ତୀ ଅଭିନେତା ରଜନୀକାନ୍ତଙ୍କୁ ସୋମବାର ଦିନ ଦିଲ୍ଲୀରେ ୫୧ତମ ଦାଦା ସାହେବ ଫାଲକେ ପୁରସ୍କାର (୨୦୧୯) ପ୍ରଦାନ କରାଯିବ । ଏପ୍ରିଲ ୧ରେ ତତ୍କାଳୀନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନାମ ଘୋଷଣା କରିଥିଲେ । ପୁରସ୍କାର ଚୟନ କରିଥିବା ଖଣ୍ଡପୀଠରେ ଆଶା ଭୋସଲେ, ସୁଭାଷ ଘାଇ, ମୋହନଲାଲ, ଶଙ୍କର ମହାଦେବନ ଏବଂ ବିଶ୍ୱଜିତ ଚାଟାର୍ଜୀ ସାମିଲ ହୋଇଥିଲେ । ଦକ୍ଷିଣ ସୁରପଷ୍ଠାର ରଜନୀକାନ୍ତ ରବିବାର ଦିନ ଚେନ୍ନାଇରେ ଥିବା ତାଙ୍କ ଘର ବାହାରେ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ବିଷୟରେ ଗଣମାଧ୍ୟମକୁ କହିଛନ୍ତି । ସେ ପୁରସ୍କାର ପାଇବା ଦେଖି ତାଙ୍କ ପରାମର୍ଶଦାତା କେ ବାଲାଚାନ୍ଦ ଜୀବିତ ନାହାନ୍ତି ବୋଲି ସେ ଦୁଃଖ ପ୍ରକାଶ କରିଛନ୍ତି । ସୋମବାର ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ରଜନୀକାନ୍ତ କହିଛନ୍ତି ।
ରଜନୀକାନ୍ତ ଦେଶର ଅନ୍ୟତମ ଲୋକପ୍ରିୟ ତାରକା । ସେ ଏହା ପୂର୍ବରୁ ୨୦୦୦ରେ ପଦ୍ମ ଭୂଷଣ ଏବଂ ୨୦୧୬ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ଫିଲ୍ମ ଦୁିଆରେ ରଜନୀକାନ୍ତ ତାମିଲ ସିନେମାରେ ଅପୂର୍ବ ରଙ୍ଗଗଲରେ ପ୍ରଥମେ ପାଦ ରଖିଥିଲେ । ତାଙ୍କର ହିଟ୍ ଚଳଚ୍ଚିତ୍ର ଗୁଡ଼ିକ ହେଉଛି ବାଶା, ଶିବାଜୀ ଏବଂ ଏନ୍ଥିରନ୍ । ସେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଥାଲାଇଭର (ନେତା) ଭାବରେ ଜଣାଶୁଣା ।