
ଭଦ୍ରକ – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ମୌସୁଧା ପଂଚାୟତର ସରପଙ୍କୁ ଅର୍ଥ ଆମôସାତ୍ ମାମଲାରେ ଗିରଫ କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ପୂର୍ବତନ ସରପ ବ୍ରଜ ମଲ୍ଲିକ ୭ ଲକ୍ଷ ଟଙ୍କାର ଅନିୟମିତତା କରିଥିବା ନେଇ ସ୍ଥାନୀୟ ବିଡିଓ ବାଂଶଡା ଥାନାରେ ଅଭିେଯାଗ କରିଥିଲେ। ଏହି ଘଟଣାରେ ପଂଚାୟତରାଜ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା। ପ୍ରଥମେ ଏହି ଆମôସାତ୍ ପ୍ରସଙ୍ଗରେ ସାମାଜିକ କର୍ମୀ ସୁରେଶ ଚନ୍ଦ୍ର ନାୟକ ଅଭିେଯାଗ କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା। ତେବେ ଏହି ଘଟଣାରେ ଶ୍ରୀ ମଲ୍ଲିକଙ୍କୁ ବାଂଶଡା ପୁଲିସ୍ ସୋରୋ ଠାରେ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଥିବାର ଜଣାପଡିଛି।