ଭଦ୍ରକ- ଭଦ୍ରକରେ ପୁଣିଥରେ ମଧ୍ଯାହ୍ନଭୋଜନରେ ବାହାରିଛି ଝିଟିପିଟି। ଏବଂ ଏହି ଖାଦ୍ୟକୁ ଖାଇ ସଂପୃକ୍ତ ବିଦ୍ୟାଳୟର କେତେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟରୁ ସୁସ୍ଥ ହୋଇ ଫେରିଛନ୍ତି। ଘଟଣାଟି ଘଟିଛି ଭଦ୍ରକ ବ୍ଲକ୍ ଅଧୀନସ୍ଥ କେଦାରପୁର ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ମଧ୍ଯାହ୍ନଭୋଜନ ଖାଇବା ପରେ କିଛି ପିଲା ଖାଦ୍ୟରେ ମଲା ଝିଟିପିଟି ଦେଖôଥିଲେ। ଏହି ଖବର ପ୍ରସାରିତ ହେବା ପରେ ଗାଁ ଲୋକେ ଓ ଅଭିଭାବକମାନେ ବିଦ୍ୟାଳୟରେ ପହô ପ୍ରବଳ ହୋ-ହାଲ୍ଲା କରିଥିଲେ। ପରିସ୍ଥିତି ଉେଜନାପୂର୍ଣ୍ଣ ହେବାରୁ ଭୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଳୟ ଛୁଟି ଘୋଷଣା କରିଦେଇଥିଲେ। ଅନ୍ୟପଟେ ଗ୍ରାମବାସୀମାନେ ପିଲାମାନଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟକୁ ଆଣି ଚିକିସôା କରିବା ମଧ୍ଯରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଡାକ୍ତରଖାନାରେ ପହô ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ଡାକ୍ତରଖାନା କର୍ୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ତେବେ ଅସୁସ୍ଥ ପିଲାମାନଙ୍କ ମଧ୍ଯରୁ କେତେକ ସୁସ୍ଥ ହେବା ପରେ ସେମାନଙ୍କୁ ଆମ୍ବୁଲାନ୍ସ େଯାଗେ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବାବେଳେ ଅନ୍ୟ କେତେକ ଛାତ୍ରଛାତ୍ରୀ ଏବେବି ଚିକିସôିତ ହେଉଛନ୍ତି।
Related Stories
December 2, 2024