ଭୁବନେଶ୍ୱର – ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ତଥା ନବରଙ୍ଗପୁର ଜିଲ୍ଲା ଯୋଜନା କମିିଟିର ଅଧ୍ୟକ୍ଷ ଶ୍ରୀ ରଘୁନନ୍ଦନ ଦାସ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ଆଜି ପୂର୍ବାହ୍ନରେ ଜିଲ୍ଲା ସଦରମହକୁମା ସ୍ଥିତ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଆୟୋଜିତ ୨୦ ତମ ଜିଲ୍ଲା ଯୋଜନା କମିଟି ବୈ÷ଠକରେ ଯୋଗଦାନ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ।
ବୈ÷ଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ନବରଙ୍ଗପୁର ଜିଲ୍ଲା ହେଉଛି ଏକ ସଂଗ୍ରାମୀ ମାଟି । ଏହି ଜିଲ୍ଲାର ଯୋଜନା କମିଟିର ଅଧ୍ୟକ୍ଷ ଭାବେ ସେ ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତି ବଦ୍ଧ । ରାଜ୍ୟ ସରକାର ଜିଲ୍ଲାର ବିକାଶ ପାଇଁ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି, ଏହାକୁ ସେ ନିଜ ଜିଲ୍ଲା ଭଳି ମନେକରି କାର୍ଯ୍ୟ କରିବେ ବୋଲି କହିଥିଲେ । ଜଳ ସଂପଦ ବିଭାଗର ଜରିଆରେ କାର୍ଯ୍ୟକାରୀ ହେଉଥିବା କୃଷି ଓ କୃଷକଙ୍କ ପାଇଁ ଜଳ ସେଚନ ସୁବିଧା କରିବା କାର୍ଯ୍ୟଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ବିଭାଗୀୟ କାର୍ଯ୍ୟ କିପରି ସୁଚାରୁରୂପେ ସଂପାଦନ ହୋଇପାରିବ, ସେ ସଂପର୍କରେ ମନ୍ତ୍ରୀ ଶ୍ରୀ ଦାସ ଦୃଷ୍ଟି ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କର ୫-ଟି ଆଧାରରେ ସବୁ କାମକୁ ନିÂାର ସହ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଉପରେ ମନ୍ତ୍ରୀ ବୈ÷ଠକରେ ଗୁରୁତ୍ୱ ଦେଇ ଉପସ୍ଥିତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିଦେ୍ର୍ଧଶ ଓ ପରାମର୍ଶ ଦେଇଥିଲେ । ବୈ÷ଠକରେ ୨୦୧୮-୧୯ ମସିହା ବିଜୁ କେବିକେ ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା କାର୍ଯ୍ୟ ସଂପର୍କରେ ସମୀକ୍ଷା କରାଯିବା ସହିତ ୨୦୧୯-୨୦ ମସିହା ପାଇଁ ବିଜୁ କେବିକେ ଯୋଜନାର ବାର୍ଷିକ କାର୍ଯ୍ୟାନୁÂାନ ବ୍ୟୟ ଜିଲ୍ଲା କ୍ଷେତ୍ର ପାଇଁ ୫ କୋଟି ଟଙ୍କା ଓ ରାଜ୍ୟ କ୍ଷେତ୍ର ପାଇଁ ୧୦ କୋଟି ଟଙ୍କା ଏହି ପରି ମୋଟ ୧୫ କୋଟି ଟଙ୍କା ବ୍ୟୟ ବରାଦକୁ ଅନୁମୋଦନ କରାଯାଇଛି ।
ଏହି ଅର୍ଥ ଜିଲ୍ଲାରେ ବିଜୁଳି ଆଲୋକ ଯୋଗାଣ, ସଡକ ନିର୍ମାଣ, ପାନୀୟ ଜଳ ଯୋଗାଣ ଓ ଜୀବନଜୀବିକା ନିର୍ବାହ ନିମନ୍ତେ ବ୍ୟୟ ହେବ । ଆହୁରି ମଧ୍ୟ ଜିଲ୍ଲାପାଇଁ ଗୋପବନ୍ଧୁ ଯୋଜନାରେ ୨୦୧୯-୨୦ ବର୍ଷ ପାଇଁ ବାର୍ଷିକ କ୍ରିୟାନୁÂାନ ଯୋଜନା ୨୦ କୋଟି ଟଙ୍କା ଅନୁମୋଦନ କରାଯାଇଛି,ଯାହାକି ବିଜୁଳି, ସଡକ ଓ ପାନୀୟ ଜଳ କ୍ଷେତ୍ରରେ ଖର୍ଚ୍ଚ ହେବ । ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ୧୦ଟି ବିଭିନ୍ନ କ୍ଷେତ୍ରକୁ ବିଚାରକୁ ନିଆଯାଇ ୨୦୧୯-୨୦ ପାଇଁ ମୋଟ ୧୦୯୩ କୋଟି ୬ ଲକ୍ଷ ୫୦ ହଜାର ଟଙ୍କାର ଏକ ସମନ୍ୱିତ ବାର୍ଷିକ ବଜେଟ୍ ଅଟକଳ ଅନୁମୋଦନ କରାଯାଇଛି । ଏହି ଅର୍ଥ ଜିଲ୍ଲାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ, ଗ୍ରାମ୍ୟ ଉନ୍ନୟନ, ସ୍ୱତନ୍ତ୍ର ଅଂଚଳ ପାଇଁ କାର୍ଯ୍ୟକ୍ରମ, ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ, ବିଦ୍ୟୁତ୍ ଶକ୍ତି, ଶିଳ୍ପ ଓ ଖଣି, ପରିବହନ, ବିଜ୍ଞାନ, କାରିଗରୀ ଓ ପରିବେଶ ସୁରକ୍ଷା, ସାଧାରଣ ଅର୍ଥନୈ÷ତିକ ସେବା, ସାମାଜିକ ସେବା ଆଦି କ୍ଷେତ୍ରର ବିକାଶ ପାଇଁ ବ୍ୟୟ ହେବ ବୋଲି ବୈ÷ଠକରୁ ଜଣାପଡିଛି ।
ବୈ÷ଠକରେ ଲୋକସଭା ସାଂସଦ( ନବରଙ୍ଗପୁର) ଶ୍ରୀ ରମେଶ ଚନ୍ଦ୍ର ମାଝି, ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝି, ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭଗବତୀ ଭତ୍ରା, ଉପାଧ୍ୟକ୍ଷା ଶ୍ରୀମତୀ ନିବେଦିତା ମହାନ୍ତିଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ତଥା ଜିଲ୍ଲା ଯୋଜନା କମିଟିର ସଦସ୍ୟ,ସଦସ୍ୟା, କମିଟିର ସ୍ୱତନ୍ତ୍ର ବିଶେଷଜ୍ଞ ସଦସ୍ୟ ଶ୍ରୀ ସୋମନାଥ ବିଶୋଇ ଓ ମହମ୍ମଦ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ ପୂର୍ବକ ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସେସବୁର ସମାଧାନ ପାଇଁ ମତ ରଖିଥିଲେ । ଜିଲ୍ଲାପାଳ ଡଃ ଅଜିତ୍ କୁମାର ମିଶ୍ର ସମସ୍ତଙ୍କୁ ସ୍ୱାଗତ ଭାଷଣ ପ୍ରଦାନ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସମୀକ୍ଷା ବୈ÷ଠକ ପରେ ମନ୍ତ୍ରୀ ଶ୍ରୀ ଦାସ ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ସାଂସଦ, ବିଧାୟକ, ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହ ଉନ୍ନୟନ କାର୍ଯ୍ୟର କାର୍ଯ୍ୟକାରିତା ନେଇ ଆଲୋଚନା କରିବା ସହିତ ଗଣମାଧ୍ୟମ ପ୍ରତିନିଧମାନଙ୍କୁ ମଧ୍ୟ ସାକ୍ଷାତ କାର ଦେଇ ଜିଲ୍ଲାର ବିକାଶ ପ୍ରସଙ୍ଗରେ ସରକାରଙ୍କ ଆଭିମୂଖ୍ୟ ପ୍ରକାଶ କରିଥିଲେ ।