
ଭଦ୍ରକ- ଭଦ୍ରକ ଜିଲା ଚାନ୍ଦବାଲିରେ ଗତକାଲି ଠାରୁ ପ୍ରବଳ ବର୍ଷା ସହ େଯଉଁ ଘୂର୍ଣ୍ଣିଝଡର ତାଣ୍ଡବ ଦେଖôବାକୁ ମିଳିଛି, ସେଥିେଯାଗୁଁ ନାହó ନଥିବାର କ୍ଷତି ହୋଇଛି। ବିଶେଷକରି ଏହି ଘୂର୍ଣ୍ଣିଝଡ ଫଳରେ ଚାନ୍ଦବାଲିର ପାପଡା ଗ୍ରାମରେ ବହୁ ଘରଦ୍ବାର ଭାଙ୍ଗିବା ସହ ବିଜୁଳି ଖୁ, ତାର, ଟ୍ରାନ୍ସଫର୍ମର ଗୁଡିକ ଉପୁଡି ପଡିଛି। ଯାହା ଜଣାଯାଏ ଗତକାଲି ଠାରୁ ଏହି ଅଂଚଳରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗିରହିଥିବାବେଳେ ଆଜି ସକାଳ ପ୍ରାୟ ୮ଟା ସମୟରେ ପ୍ରଚଣ୍ଡ ଶବ୍ଦ ହେବା ସହ ଜୋରରେ ପ୍ରବଳ ପବନ ହୋଇଥିଲା। ଏବଂ ତାହା କ୍ରମଶଃ ଘୂର୍ଣ୍ଣିଝଡରେ ରୂପାନ୍ତରିତ ହୋଇ ମାତ୍ର କେଇ ମିନିଟ୍ ମଧ୍ଯରେ ଉକ୍ତ ଅଂଚଳକୁ ଛାରଖାର କରିଦେଇଥିଲା। ଏହି ଘୂର୍ଣ୍ଣିଝଡ ଫଳରେ ବିଜୁଳି ତାର ଓ ଖୁ ଗୁଡିକ ଉପୁଡି ପଡିଥିବାବେଳେ ବହୁ କଚ୍ଚାଘର ଓ ପୁରାତନ ଘରଗୁଡିକ କ୍ଷତିଗ୍ରସ୍ତ ହୋଇଛି। ବଡବଡ ଗଛଗୁଡିକୁ ଏହି ଘୂର୍ଣ୍ଣିଝଡ ଉପାଡି ବହୁଦୂରରେ ଫୋପାଡି ଦେଇଛି। ତେବେ ଏଥିରେ କୌଣସି ଜନଜୀବନ କ୍ଷତି ହୋଇନଥିଲେ ମଧ୍ଯ ଧନସଂପି ନଷ୍ଟ ହୋଇଛି।