
ପୁରୀ, ବିଶ୍ୱମ୍ଭର ବିଦ୍ୟାପୀଠର ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ଏବଂ ତା ସମ୍ପର୍କିତ ସମସ୍ୟା ସମ୍ବନ୍ଧରେ ସଚେତନ କରାଇବା, ପରିବେଶ ଶିକ୍ଷା ପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଯୋଗାଇବା, ନିଜର ସମାଜକୁ ପ୍ରଭାବିତ କରୁଥିବା ପରିବେଶୀୟ ସମସ୍ୟା ଗୁଡିକର ପ୍ରତ୍ୟେକ୍ଷ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଆଣିବା ଏବଂ ସେସବୁର ସମାଧାନ ଖୋଜିବା ପାଇଁ ତାଙ୍କୁ ଉତ୍ସାହିତ କରିବା ତଥା ନିଜ ଚାରିପାଖର ପରିବେଶ ସମ୍ପର୍କିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ସକ୍ରିୟ ଭାବରେ ଯୋଡିବା ଲକ୍ଷ୍ୟରେ ବିଶ୍ୱମ୍ଭର ବିଦ୍ୟାପୀଠର ଜାତୀୟ ସବୁଜ ବାହିନୀ ( ଇକୋ କ୍ଲବ )ର ମିଳିତ ଆନୁକୂଲ୍ୟରେ ଆଜି ବିଦ୍ୟାଳୟ ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୋଲିବା ଦିନ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା ।
ଛାତ୍ରଛାତ୍ରୀମାନେ ନିଜ ଘରେ ଚାରାର ଉପଯୁକ୍ତ ଯତ୍ନ ନେବେ ଏବଂ ସମୟାନୁସାରେ ଚାରାର ଅଭିବୃଦ୍ଧି ସମ୍ବନ୍ଧରେ ଫୋଟୋ ପଠାଉଥିବେ । ପର୍ଯ୍ୟାୟ କ୍ରମେ ପର୍ଯ୍ୟବେକ୍ଷଣ କରାଯାଇ ଉପଯୁକ୍ତ ଯତ୍ନ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରି ପୁରସ୍କୃତ କରାଯିବ ବୋଲି ସବୁଜ ବାହିନୀର କର୍ମକର୍ତ୍ତା ମାନେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO