
କୋରାପୁଟ, ଓଡ଼ିଶା – ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଆ ପଚାଂୟତ ଅନ୍ତର୍ଗତ ଫାଟୁସିନେରିରେ ଦୁଇ ରାଜ୍ୟ ମଧ୍ୟରେ ପୁଣି ଥରେ ସୀମା ବିବାଦକୁ ନେଇ ମୁହାଁମୁହିଁ ସ୍ଥିତି ଉପୁଜିଛି । ଆଜି ଆନ୍ଧ୍ର ପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ତାଙ୍କ ସହିତ ପାର୍ବତୀପୁରମ୍ ଆଇଟିଡିଏଫର ପ୍ରକଳ୍ପ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଓଡ଼ିଶା ମାଟିରେ ଆନ୍ଧ୍ରର ଏଭଳି କାର୍ଯ୍ୟକ୍ରମକୁ ଜିଲ୍ଲାର ରାଜନୈତିକ ନେତାମାନେ ତୀବ୍ର ବିରୋଧ କରିଥିଲେ ।
ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ଏହି କାର୍ଯ୍ୟକ୍ରମ ସ୍ଥଳିକୁ ଆନ୍ଧ୍ରପ୍ରଦେଶ ଆଡୁଥିବା ରାସ୍ତାକୁ ସିଲ୍ କରିଛନ୍ତି । କାହାରିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି । ଏପରିକି ଫାଟୁସିନେରି ଓ ଆନ୍ଧ୍ରପ୍ରଦେଶର ନନ୍ଦା ଗ୍ରାମ ମଧ୍ୟରେ ଥିବା ରାସ୍ତାକୁ ଓଡ଼ିଶା ପୋଲିସ ଦ୍ୱାରା ବ୍ୟାରିକେଡ୍ କରି ବନ୍ଦ କରାଯାଇଛି । ଏଡିଏମ୍ ଏନେଇ ସୂଚନା ଦେଇ କହିଛନ୍ତି ଯେ, ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ୧୧ ଜଣ ମାଜିଷ୍ଟ୍ରେଟ୍ ଉପସ୍ଥିତ ରହିଛନ୍ତି । ପୋଲିସର ବରିଷ୍ଠ ଅଧିକାରୀ ମାନେ ଏହାର ତଦାରଖ କରୁଛନ୍ତି । ମାମଲା ସୁପ୍ରିମକୋର୍ଟରେ ବିଚାରଧିନ ରହିଛି । ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ଅନୁପାଳନ କରାଯିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO