
ଭୁବନେଶ୍ୱର, ତମ ସ୍ୱାଧୀନତା ଦିବସର ପୂର୍ତି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟର ଜନସାଧାରଣଙ୍କୁ ବିଶେଷ କରି ରାଜ୍ୟର ଛାତ୍ରଛାତ୍ରୀ ଓ ଯୁବକଯୁବତୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସ୍ୱାଧୀନତାର ମୂଲ୍ୟ ବୋଧକୁୂ ଅକ୍ଷୁର୍ଣ୍ଣ ରଖିବା ପାଇଁ ସବୁବେଳେ ଚେଷ୍ଟିତ ରହିବେ ବୋଲି ଆଶା ଓ ବିଶ୍ୱାସ ରଖିଛନ୍ତି । ସ୍ୱାଧୀନତାର ଅର୍ଥ ସମାନତା ଓ ବ୍ୟକ୍ତି ଅଧିକାରକୁ ସୁରକ୍ଷା ରଖିବା ପାଇଁ ସଦାସର୍ବଦା ଚେଷ୍ଟିତ ହେବା ଉଚିତ୍ । ସ୍ୱାଧୀନତା ଦିବସ ଦିନ ଆମ ପାଇଁ ଏକ ପବିତ୍ର ଏବଂ ସ୍ୱତନ୍ତ୍ର ଦିନ । ଏ ରାଜ୍ୟର ବହୁନେତୃବୃନ୍ଦ, ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଆମେ ଆଜି ସ୍ୱାଧୀନତା ପାଇଛୁ । ଏହି ଭିତରେ ସ୍ୱାଧୀନତା ପ୍ରାପ୍ତିର ୭୪ବର୍ଷ ଅତିକ୍ରାନ୍ତ କରିଯାଇସାରିଛି ।
ସାରା ଦେଶ ଏବଂ ବିଶେଷ କରି ଆମ ରାଜ୍ୟ ଏକ ସଂକଟମୟ ସମୟ ଦେଇ ଗତିକରୁଛି । ଦୀର୍ଘ ୧୮ମାସ କାଳ କରୋନା ମହାମାରୀରେ ରାଜ୍ୟର ଜନସାଧ।।ରଣ ଜୀବନ ଏବଂ ଜୀବିକା ଭିତରେ ଏକ ବଡ଼ ଲଢ଼େଇ ଲଢ଼ୁଛନ୍ତି । ଏହି ସମୟ ଭିତରେ କେନ୍ଦ୍ରରେ ମୋଦି ସରକାର ସାଧାରଣ ଜନତାକୁ ସାହାଯ୍ୟ କରିବା ପରିବର୍ତେ ପେଟ୍ରୋଲ, ଡିଜେଲ, ଡାଲି ଓ ଖାଇବା ତେଲଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଦରଦାମ କ୍ରମାଗତ ଭାବେ ବଢ଼େଇ ଚାଲିଛନ୍ତି । ସାଧାରଣ ପରିବାର ପାଖରେ ଆଜି ରୋଜଗାର ନାହିଁ । ଦୈନନ୍ଦିନ ଗୁଜୁରାଣ ମେଂଟାଇବା ଏକ ବଡ଼ କଷ୍ଟାସାଧ୍ୟ ବ୍ୟାପାର । ଲକ୍ଷ ଲକ୍ଷ ଯୁବକ ଯୁବତୀ ଆଜି ବେରୋଜଗାର ହୋଇ ରାଜରାସ୍ତାରେ ବୁଲୁଛନ୍ତି । କେନ୍ଦ୍ର ସରକାର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ତଥା ବ୍ୟକ୍ତି ସ୍ୱାଧୀନତାର ତଂଟି ଚିପି ଚାଲିଛନ୍ତି । ଏଣୁ ଆପଣମାନଙ୍କୁ ମୋର ଅନୁରୋଧ ସମ୍ବିଧାନ ଏବଂ ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ଆମସମସ୍ତଙ୍କୁ ଏକ ହେବାକୁ ପଡ଼ିବ ଏବଂ ନିଷ୍ପତି ନେବାକୁ ପଡ଼ିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO