ଭଦ୍ରକ, କବୟିତ୍ରୀ ସ୍ୱର୍ଣ୍ଣଲତା ଜେନାଙ୍କ ଭଜନ ପୁସ୍ତକ ଭକ୍ତି ନିର୍ମାଲ୍ୟ ଉନ୍ମୋଚନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଇଂ ଅଭୟ ସୂତାର ଙ୍କର ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଗଗନ ବିହାରୀ ରାଉତ,ସମ୍ମାନିତ ଅତିଥିଭାବେ ନାଟ୍ୟଶ୍ରୀ ନିର୍ମଳ ରାଉତ,ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖିଲାର,କବି ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ସନ୍ତୋଷ ଦାସ,ସିଦ୍ଧେଶ୍ୱର ଜେନା, ସର୍ବେଶ୍ୱର ଜେନା,ଅମ୍ବିକା ଜେନା,ସମ୍ରାଟ ସ୍ୱାଇଁ ,ସ୍ମୃତିରେଖା ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟଅତିଥି ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଜଗନ୍ନାଥ କୃପା ବିନା କବିର କଲମ ଚାଲିବା ସମ୍ଭବ ନୁହେଁ । ଏବଂ କବି ହିଁ ପ୍ରଭୁ କୃପା ର ଅଧିନରେ ଥାଏ ବୋଲି ମତବ୍ୟକ୍ତ କରିଥିଲେ । ଇଂ ଅଭୟ ସୂତାର କବି ହିଁ କବିତା ଭଜନରେ ପ୍ରଭୁଙ୍କ ଦର୍ଶନ ପାଇଥାଏ । ସେ ପ୍ରଭୁ ପ୍ରେମରେ ଲେଖିଯାଏ ତାର ସ୍ମୃତି ବୋଲି କହିଥିଲେ ।