
ଭଦ୍ରକ – ଏହି ଜିଲାର ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ରୀ ଗ୍ରାମ୍ୟ ସଡକ େଯାଜନାରେ ନାଲଗୁଣ୍ଡା ପଂଚାୟତର ମୁଖ୍ୟ ରାସ୍ତାରୁ ଛତ୍ରପଦା ଯାଏ ୬ କିମି ରାସ୍ତାର ଦୂରାବସ୍ଥା େଯାଗୁଁ ଗମନାଗମନ ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ୨୦୧୫-୧୬ ଆର୍ଥିକ ବର୍ଷରେ ଏହି ରାସ୍ତାର କାର୍ଯ୍ୟାଦେଶ ପ୍ରକାଶ ପାଇଥିଲା। ମାତ୍ର ଏହା ୫୦ ପ୍ରତିଶତ ସଂପୂର୍ଣ୍ଣ ହେବା ମଧ୍ଯରେ ଏବେ ପ୍ରତାପପୁରରୁ ଛତ୍ରପଦା ପର୍ଯ୍ୟନ୍ତ ଅବଶିଷ୍ଟ ୪ କିମି ରାସ୍ତା ଦୀର୍ଘ ୨ ବର୍ଷ ହେବ ଆଗେଇ ପାରୁନାହó। ରାସ୍ତାର କିଛି ସ୍ଥାନରେ ମେଟାଲ ପଡିଥିବାବେଳେ କିଛି ସ୍ଥାନରେ ରାସ୍ତାକାର୍ଯ୍ୟ ଆରମ୍ଭ ହୋଇନାହó। ସେଥିରୁ ୨ଟି କଲଭର୍ଟରେ ମଧ୍ଯ ଆପ୍ରୋଚ ରୋଡ୍ କାର୍ଯ୍ୟ କରାଯାଇନାହó। ତେବେ ଚାନ୍ଦବାଲି ନାଲଗୁଣ୍ଡା ଠାରୁ ଛତ୍ରପଦା ଯାଏ ଏହି ୬.୧୦୦ କିମି ରାସ୍ତା ପାଇଁ େଯଉଁ ୪ କୋଟି ୨୮ ଲକ୍ଷ ୧୧ ହଜାର ୮୯୦ ଟଙ୍କାର କାର୍ଯ୍ୟାଦେଶ ମିଳିଛି, ସେଥିରୁ କଂକ୍ରିଟ୍ ରାସ୍ତା ପାଇଁ ୨ କମି ୪୭୦ ମିଟର ଏବଂ ପିଚୁ ପାଇଁ ୪ କିମି ୬୩୦ ମିଟର ରାସ୍ତା ସହ ୨ଟି କଲଭର୍ଟ ଓ ତାର ଆପ୍ରୋଚ ରୋଡ୍ ପାଇଁ କାର୍ଯ୍ୟାଦେଶ ରହିଛି। ଏବେ ରାସ୍ତାର ଅଧାକାର୍ଯ୍ୟ ଶେଷ ହୋଇଥିଲେ ମଧ୍ଯ ସଂପୃକ୍ତ ଠିକା ସଂସ୍ଥା ବାକି ଅଧା କାର୍ଯ୍ୟକୁ ତିନିବର୍ଷ ହେବ ଅଧା ଖଣ୍ଡିଆ ଭାବେ ଛାଡିଦେଇଛି। ଏହି ରାସ୍ତାଟି ୩ଟି ପଂଚାୟତ ଲୋକଙ୍କ ଯାତାୟତର ମୁଖ୍ୟ ମାଧ୍ଯମ ହୋଇଥିଲେ ମଧ୍ଯ ସଂପୃକ୍ତ ବିଭାଗ କେଉଁ କାରଣରୁ ୩ ବର୍ଷ ହେବ ଅଧାପନ୍ତରିଆ କାର୍ଯ୍ୟ ଉପରେ ଧ୍ଯାନ ଦେଇନାହó, ସେଥିପ୍ରତି ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ କୌଣସି ଅଂକୁଶ ନାହó। ବିଶେଷକରି ଅଧାପନ୍ତରିଆ ଭାବେ ଛାଡିଥିବା ସଂପୃକ୍ତ ଠିକା ସଂସ୍ଥାକୁ ଏଭଳି ଅନୁକµା କାହóକି ଦିଆଯାଇଛି ବୋଲି ସ୍ଥାନୀୟ ଅଂଚଳବାସୀ ପ୍ରଶ୍ନ କରିଛନ୍ତି। ତେବେ ସ୍ଥାନୀୟ ଅଂଚଳବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖô ସଂପୃକ୍ତ ବିଭାଗ ବାକି ଅଧାକାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ଦାବି ହୋଇଛି। ଏ ସଂପର୍କରେ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ରୀ ଉମ ନାୟକଙ୍କୁ ପଚାରିବାରେ ସେ ଯାହା କହନ୍ତି ନାଲଗୁଣ୍ଡା ବିସି ରୋଡରୁ ଛତ୍ରପଦା ରାସ୍ତା କାର୍ଯ୍ୟ ବିଳମ୍ବ ହେବାର େଯଉଁ କାରଣ ରହିଛି, ସେଥିରେ ଜୁଆରିଆ ନାଳ େଯାଗୁଁ କଲର୍ଭସ କାର୍ଯ୍ୟ ବିଳମ୍ବ ହେବା ମୁଖ୍ୟ। ଦ୍ବିତୀୟରେ ଜମିଜମା ବିବାଦ ଥିବାରୁ ରାସ୍ତାକାର୍ଯ୍ୟ ବିଳମ୍ବ ହୋଇଛି। ଜାନୁଆୟୀ ମାସ ସୁଦ୍ଧା ତାହା ଶେଷ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏବେ ସାମାନ୍ୟ ବର୍ଷରେ ସ୍ଥାନୀୟ ଅଂଚଳବାସୀ ଜରୁରୀ କାଳୀନ ସେବାରୁ ବଂଚିତ ହୋଇଆସୁଛନ୍ତି। ବିଶେଷକରି କଲଭର୍ଟର ଆପ୍ରୋ ରୋଡ୍ ନିକଟରେ ଖାଲଖମା ଭରି ରହିଥିବାରୁ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟିଚାଲିଛି। ଏଥିନେଇ ସ୍ଥାନୀୟ ଲୋକେ ସଂପୃକ୍ତ ବିଭାଗ ନିକଟରେ ବହୁବାର ଅଭିେଯାଗ କରିଆସୁଥିଲେ ମଧ୍ଯ ସେଥିପ୍ରତି କେହି ଧ୍ଯାନ ଦେଉନାହାଁନ୍ତି। ଏଣୁ ଏବେ ଲୋକଙ୍କର ଅସନ୍ତୋଷ ଆନ୍ଦୋଳନର ରୂପ ନେଇ ଗଣଧାରଣା ଭଳି ନିଷ୍ପି ନିଆଯାଇଥିବାର ସୂଚନା ମିଳିଛି।