
ମାଲକାନଗିରି, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକଙ୍କୁ ମାଲକାନଗିରି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ସ୍ମୃତିରଞ୍ଜନ ଲେଙ୍କା ନିଯୁକ୍ତି ଦେଇଛନ୍ତି । ଶ୍ରୀମତୀ ନାୟକ ଦୀର୍ଘ ୧୫ ବର୍ଷ ହେବ କଂଗ୍ରେସ ଦଳର ଜଣେ ସକ୍ରିୟ କର୍ମୀ ରହିଛନ୍ତି! ସେ ପ୍ରଥମେ ସରପଞ୍ଚ ଓ ୨୦୧୭ ମସିହାରୁ ମାଥିଲି ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ଜନ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି! ସେ ଗତ ୨୦୧୯ ବିଧାନସଭା ନିର୍ବାଚନରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ ପାଇ ନିର୍ବାଚନ ଲଢିଥିଲେ !କଂଗ୍ରେସର ହାୱା ନଥିବା ସତ୍ବେ ସେ ବିଜେଡି ପ୍ରାର୍ଥି ପୂର୍ଣ୍ଣ ଚନ୍ଦ୍ର ବାକାଙ୍କ ଠାରୁ ମାତ୍ର ୨ ହଜାର ୪୦୦ ଭୋଟ ବ୍ଯବଧାନରେ ପରାସ୍ତ ହୋଇଥିଲେ । ତେବେ ତାଙ୍କର ସାଂଗଠନିକ ଦକ୍ଷତା , ଲୋକ ପ୍ରିୟତା ଭରସା କରି ରାଜ୍ଯ କଂଗ୍ରେସ ତାଙ୍କୁ ମାଲକାନଗିରି ଜିଲ୍ଲା ଯୁବ କଂଗ୍ରେସ ସଭାନେତ୍ରୀ ଭାବେ ମନୋନିତ କରିଥିବା ଜଣା ପଡିଛି ।
ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିଛି କଂଗ୍ରେସ ଦଳ। ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଚିତ୍ରକୋଣ୍ଡା ନିର୍ବାଚନୀ ମଣ୍ଡଳୀରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ପୋଷଣ କରିଛି!ସେହିପରି ଗତ ବିଧାନସଭା ନିର୍ବାଚନରେ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ ମାଲା ମାଢି ନିର୍ବାଚନ ଲଢି ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ବିଜେପି ପ୍ରାର୍ଥି ଆଦିତ୍ଯ ମାଢି ବିଜୟ ହାସଲ କରିଥିଲେ!ତେବେ କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସର୍ବଦା ମାଲକାନଗିରି ଜିଲ୍ଲାର ସ୍ବାର୍ଥ ପାଇଁ ଲଢେଇ ଜାରି ରଖିଛନ୍ତି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO