
ମାଲକାନଗିରି, ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ମାଲକାନ ଗିରି ଶାଖା ପକ୍ଷରୁ ମୁଖ୍ଯ ମନ୍ତ୍ରୀ,ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ଯ ଶାସନ ସଚିବଙ୍କ ଉଦ୍ଦେଶ୍ଯରେ ମାଲକାନଗିରି ଜିଲ୍ଲାପାଳଙ୍କୁ ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି | ଦାବିଗୁଡିକ ମଧ୍ୟରେ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜକୁ ସପ୍ତମ ବେତନ ଅଗଷ୍ଟ ପହିଲା ୨୦୧୮ରୁ ପ୍ରଦାନ କରାଯାଉ,ଦୀର୍ଘ ୧୫ ବର୍ଷ ଧରି ଅନୁଦାନରୁ ବାଦ ପଡିଥିବା ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନକରା ଯାଉ,ନୂତନ ଅନୁଦାନ ପାଉଥିବା ସମସ୍ତ କର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳି ପ୍ରଦାନ କରାଯାଉ ,ସମସ୍ତ ବର୍ଗର ସ୍କୁଲ ଓ କଲେଜରେ ଖାଲି ପଡିଥିବା ପଦବୀଗୁଡିକ ଯଥା ଶୀଘ୍ର ପୂରଣ କରାଯାଉ,ଅବସର କାଳିନ ସମୟ ସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରାଯାଉ |
ଶିକ୍ଷକ ଏବଂ ଅଧ୍ଯାପକମାନେ ଏକତ୍ରିତ ହୋଇ ଜିଲ୍ଲା ମିଳିତ ମଞ୍ଚର ଆବାହକ ଦୁଷ୍ମନ୍ତ କୁମାର ଜେନା,ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି,ଓଷ୍ଟା ଜିଲ୍ଲା ସଂପାଦକ ମନୋଜ କୁମାର ମହାପାତ୍ର,ବ୍ଲକ ସଂପାଦକ ସୂର୍ଯ୍ଯକାନ୍ତ ପାଣିଗ୍ରାହୀ,ନାଗେଶ୍ବର ଦୋରା, ଜିତୁ ରଂଜନ ସ୍ବାଇଁ,ରଂଜନ କୁମାର ପରିଡା,ହିମାଂଶୁ ଦତ୍ତ,ଶ୍ରୀକାନ୍ତ ସାମଲ,ଭରତ ଚନ୍ଦ୍ର ପଣ୍ଡା ପ୍ରମୁଖ ଦାବି ପତ୍ର ମାଲକାନଗିରି ଜିଲାପାଳଙ୍କୁ ପ୍ରଦାନ କରିଥିଲେ | ସରକାର ଯଦି ଏହି ଦାବି ପୂରଣ ଦିଗରେ ଚଞ୍ଚକତା କରନ୍ତି ତେବେ ଆଗାମୀ ଦିନରେ ଶିକ୍ଷକ ଆନ୍ଦୋଳନ ଏକ ଗଣ ଆନ୍ଦୋଳନରେ ପରିଣତ ହେବ ବୋଲି ସଂଘ ଚେତାବନୀ ଦେଇଛି | ଏହା ବ୍ଯତୀତ ଅଗଷ୍ଠ ୧୬ ତାରିଖରେ ବିଧାନ ସଭା ସମ୍ମୁଖ ଗା ନ୍ଧି ମାର୍ଗ ଛକ ଠାରେ ସଂଘ ପକ୍ଷରୁ ଅହରାତ୍ର ଧାରଣା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO