
ନୂଆପଡ଼ା, ଆଜି ନୂଆପଡ଼ା ଜିଲ୍ଲା, ଖଡ଼ିଆଳ ବ୍ଲକର ବାଦୀ ଫଳ ବଗିଚା ଠାରେ ଜିଲ୍ଲା ବିଏଫଟି ମହାସଂଘ ର କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା। ବିଭୂତି ଭୂଷଣ ବିଶି ସ୍ବାଗତ ଭାଷଣ ଦେଇଥିବାବେଳେ ସତ୍ୟ ବାନ ପ୍ରକାଶ ସିଂ ସଭାପତିତ୍ବ କରିଥିଲେ। ରୋହିତ ସା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଜୟାନନ୍ଦ ସତନାମୀ ଦାୟିତ୍ଵ ନିର୍ବାହ ଉପରେ ଆଲୋକପାତ କରିଥିଲେ।
ପରେ ସର୍ବସମ୍ମତିକ୍ରମେ ଜୟାନନ୍ଦ ସତନାମୀ ଙ୍କୁ ସଭାପତି, ବିଭୂତି ଭୂଷଣ ବିଶି ଙ୍କୁ ସମ୍ପାଦକ, ରୋହିତ ସା ଙ୍କୁ କୋଷାଧ୍ୟକ୍ଷ, ତୁଳସୀ ବାଗ ଙ୍କୁ ଉପସଭାପତି, ଓ ଶିବ ପ୍ରସାଦ ବିଶି ଙ୍କୁ ଯୁଗ୍ମ ସମ୍ପାଦକ ଭାବରେ ଚୟନ କରାଯାଇଥିଲା। ସଭା ସ୍ଥଳରେ ଚମ୍ପେଶ୍ଵର ଭିତ୍ରିଆ, ସୁନାଧର ପୁଞ୍ଜି, ମହେଶ ସତନାମୀ, ରେଣୁଧର ମାଝୀ ସହଯୋଗ କରିଥିଲେ। ଜିଲ୍ଲା ର ସମସ୍ତ ବିଏଫଟି ଉପସ୍ଥିତ ଥିଲେ। ସଭା ଶେଷରେ ତୁଳସୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO