
-
ଜୁଲାଇରେ ୧,୧୬,୩୯୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ
-
ଓଡ଼ିଶାରେ ୫୪% ଅଧିକ ଜିଏସଟି ସଂଗ୍ରହ ହୋଇଛି
୨୦୨୧ ଜୁଲାଇ ମାସ ନିମନ୍ତେ ସଂଗ୍ରହ ହୋଇଥିବା ରାଜସ୍ୱ ପରିମାଣ ଗତବର୍ଷ ସମାନ ମାସରେ ଆଦାୟ ହୋଇଥିବା ଜିଏସଟି ରାଜସ୍ୱଠାରୁ ୩୩% ଅଧିକ । ଏହି ସମୟରେ ଉତ୍ପାଦ ଆମଦାନିରୁ ହାସଲ ହୋଇଥିବା ରାଜସ୍ୱ ୩୬% ଅଧିକ ହୋଇଥିବା ବେଳେ ଘରୋଇ ନେଣଦେଣ (ସେବା ଆମଦାନି ସମେତ)ରୁ ଆଦାୟ ହୋଇଥିବା ରାଜସ୍ୱ ପରିମାଣ ଗତବର୍ଷ ସମାନ ମାସରେ ଉକ୍ତ ଉତ୍ସରୁ ଆସିଥିବା ରାଜସ୍ୱ ତୁଳନାରେ ୩୨% ଅଧିକ ହୋଇଛି ।ମାସିକ ଜିଏସଟି ଆଦାୟ ଲଗାତର ୮ ମାସ ପାଇଁ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରୁଥିଲା ବେଳେ ୨୦୨୧ ଜୁନରେ ଏହା ୧ ଲକ୍ଷ କୋଟି ଟଙ୍କା ତଳକୁ ଖସିଥିଲା, କାରଣ ୨୦୨୧ ଜୁନ ମାସ ପାଇଁ ଆଦାୟ ହେଉଥିବା ଜିଏସଟି ରାଜସ୍ୱ ଆଦାୟ ମୁଖ୍ୟତଃ ୨୦୨୧ ମେ ମାସ ସହ ଜଡ଼ିତ ଥାଏ, କିନ୍ତୁ କୋଭିଡ ମହାମାରୀର ଦ୍ୱିତୀୟ ଲହର ଯୋଗୁ ମେ ମାସରେ ଅଧିକାଂଶ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଲକଡାଉନରେ ରହିଥିଲେ । ତେବେ ପରେ କୋଭିଡ କଟକଣା କୋହଳ ହେବା ଯୋଗୁ ୨୦୨୧ ଜୁଲାଇ ମାସ ନିମନ୍ତେ ଜିଏସଟି ଆଦାୟ ପୁଣି ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି, ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଘରୋଇ ଅର୍ଥନୀତି ଦ୍ରୁତି ଗତିରେ ସୁଧୁରୁଛି । ଏହି ଦୃଷ୍ଟିରୁ ଆଗାମୀ ମାସଗୁଡ଼ିକରେ ମଧ୍ୟ ମୋଟା ଅଙ୍କର ଜିଏସଟି ରାଜସ୍ୱ ସଂଗ୍ରହ ହେବ ବୋଲି ଆଶା କରାଯାଉଛି ।୨୦୨୧ ଜୁଲାଇରେ ଓଡ଼ିଶାରେ ଜିଏସଟି ଆଦାୟ ୫୪% ବୃଦ୍ଧି ପାଇଛି । ୨୦୨୦ ଜୁଲାଇରେ ୨,୩୪୮ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିଲା ବେଳେ ୨୦୨୧ ଜୁଲାଇରେ ଏହା ୩,୬୧୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।ନିମ୍ନରେ ଦର୍ଶାଯାଇଥିବା ସାରଣୀରେ ରାଜ୍ୟଭିତ୍ତିକ ଜିଏସଟି ସଂଗ୍ରହ ଉପରେ ତଥ୍ୟ ଦର୍ଶାଯାଇଛି । ୨୦୨୦ ଜୁଲାଇ ତୁଳନାରେ ୨୦୨୧ ଜୁଲାଇ ମାସରେ କେତେ ଆଦାୟ ହୋଇଛି, ତାହାର ତଥ୍ୟ ଏଥିରେ ଅନ୍ତର୍ଭୁକ୍ତ ।