
ନୂଆପଡା, ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ସ୍ଥିତ ସ୍ଥାନୀୟ ୱାର୍ଡ 18 ରେ ଥିବା ଇନଡୋର ଷ୍ଟାଡିୟମ ପଛରେ ଜୁଆ ଖେଳୁଥିବା 9 ଜଣଙ୍କୁ ଜୋଙ୍କ ପୋଲିସ ଷ୍ଟେସନ ଗିରଫ କରିଛି। ପୋଲିସ୍ ଷ୍ଟେସନ ଦାୟିତ୍ୱରେ ଥିବା ଅନିରୁଦ୍ଧ ମୁଦୁଲିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପାଟ୍ରୋଲିଂ ବେଳେ ଏସଆଇ ଡି ଓରାମ ଇନଡୋର ଷ୍ଟାଡିୟମ ପଛରେ ଜୁଆ ଖେଳ ବିଷରେ ସୂଚନା ପାଇଥିଲେ। ସୂଚନାକୁ ଆଧାର କରି ପୋଲିସ ଟିମ୍ ସେଠାରେ ଚଢ଼ାଉ କରି ଜୁଆ ଖେଳୁଥିବା ୯ ଜଣଙ୍କୁ ଧରିଥିଲେ ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବାନସୀ ଯାଦବ (୩୨) , ଗୋବର୍ଦ୍ଧନ ଯାଦବ (୨୨), ସୁରଜ ଥୋମେର (୨୨), ବିଷ୍ଣୁ ମାଝି(୨୮) ମମୁକେଶ ସେନ (୨୫), ଦୀପକ ସାଗର (୨୪), ସନ୍ତୋଷ ଅଦା (୩୨), ଜନ୍ମେଜୟ ସତ୍ୟପାଠୀ (୩୫) | ଅଭିଯୁକ୍ତଙ୍କ ନିକଟରୁ ୧୨,୩୮୦ ଟଙ୍କା, ଏକ ବାଇକ, ସାତୋଟି ମୋବାଇଲ୍ ଫୋନ୍ ଏବଂ ଖେଳ କାର୍ଡ ଜବତ କରାଯାଇଛି। ଓଡ଼ିଶା ପ୍ରିଭେନସନ୍ ଅଫ୍ ଜୁଆ ଆକ୍ଟର ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO