
ମାଲକାନଗିରି, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ଦେଖିବାକୁ ମିଳିଛି କରୋନା ଟୀକା ଦେବାପାଇଁ ନଦିପାର ହେଉଛନ୍ତି ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ।ଗୁରୁପ୍ରିୟା ସେତୁ ନିର୍ମାଣ ହେଲାପରେ ମଧ୍ୟ ସ୍ୱାଭିମାନ ଅଞ୍ଚଳର ସମସ୍ତ ଅଞ୍ଚଳକୁ ଆଜିମଧ୍ୟ ଯୋଗା ଯୋଗ ସଂପୂର୍ଣ୍ଣ ଭାବରେ ହୋଇପାରିନି।ଛୋଟ ବଡ଼ ବ୍ରିଜ ନିର୍ମାଣ କାମ ଜାରିରହିଛି ।
ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଅନେକ ସମୟରେ ସ୍ବାସ୍ଥ୍ୟ ଟିମ ନଦୀ,ନାଳ,ପାହାଡ ଚଢ଼ି ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚାଉଥିବା ଦେଖିବାକୁ ମିଳିଛି!ସେହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ସ୍ୱାଭିମାନ ଅଞ୍ଚଳରେ କରୋନା ଟୀକା ଦେବାପାଇଁ କାନ୍ଧରେ ଭେକ୍ସିନେସନ ବକ୍ସ ପକାଇ ମାଳି ଗୁଡ଼ା ନଦୀକୁ ପୁରୁଷ ସ୍ବାସ୍ଥ୍ୟକର୍ମୀ ଶଶାଙ୍କ ଶେଖର କର,ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଣତି ମଣ୍ଡଳ ଭରା ନଈ ପା ରହୋଇ ଲୋକଙ୍କ ପାଖରେ ପହଞ୍ଚି ଟୀକା ଦେଇଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO